ନୀଳଗିରି,୧୯/୯(ଆ.ପ୍ର)ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ପୀଠରୁ ଫେରୁଥିବା ବେଳେ ଗଛକୁ ପିଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।ଏଭଳି ଘଟଣା ଔପଦା ବ୍ଲକ ଅଧିନସ୍ଥ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଛକ ନିକଟରେ ଘଟିଛି।
୭ ଜଣ ଯୁବକ ବାସୁଦେବପୁର ଅଞ୍ଚଳରୁ ଦୁଇଟି ସ୍କୁଟି ଓ ଗୋଟିଏ ବାଇକରେ ପଞ୍ଚଲିଙ୍ଗେଶ୍ୱର ବୁଲିବା ପାଇଁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଦର୍ଶନ ସାରି ଫେରିବା ରାସ୍ତାରେ ବେପରୁଆ ଭାବରେ ଗାଡି ଚଲେଇବା କାରଣରୁ ବାଇକଟି ଗଛକୁ ଯାଇ ପିଟିଥିଲା।ସେଥିରେ ବସି ଥିବା ତିନିଜଣ ଯୁବକ ଗୁରୁତର ହୋଇଥିଲେ। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଈଶ୍ୱରପୁର ହସ୍ପିଟାଲ କୁ ଅଣାଯାଇଥିଲା। ସେଠାରେ ଆଶିଷ ରଞ୍ଜନ ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୀପ୍ତି ନାୟକ ଏବଂ ଜ୍ୟୋତିପ୍ରକାଶ ଜେନା ଗୁରୁତର ହୋଇଛନ୍ତି।ଦୁଇ ଗୁରୁତର ଯୁବକଙ୍କୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଈଶ୍ୱରପୁର ଫାଣ୍ଡି ଅଧିକାରୀ ଖଗେନ କୁମାର ମହାଳିକ ପହଁଚି ତଦନ୍ତ କରିବା ସହିତ ମୃତ ଓ ଗୁରୁତର ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରିଛନ୍ତି।
ଆହୁରି ପଢନ୍ତୁ ; ଡିଭାଇଡରରେ ବାଡେଇ ହୋଇ ଓଲଟିଲା ଟ୍ରକ : ଡ୍ରାଇଭର, ହେଲପର ମୃତ