ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

୧୧କିଲୋ ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ

ଖଲ୍ଲିକୋଟ,୩୦/୩ : ଗଞ୍ଜେଇ ଚୋରା ଚାଲାଣ ବେଳେ ଖବର ପାଇ ମାଡି ବସିଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଟିମ୍ । ୧୧ କିଲୋ ଗଞ୍ଜେଇ ସହ ଏକ ବାଇକକୁ ଜବତ କରିଛି ମୋବାଇଲ ସ୍କ୍ୱାର୍ଡ । ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା କେଶପୁର ଛକରେ ଶନିବାର ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଟିମ ଖଲ୍ଲିକୋଟ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । 

ଏହି ସମୟରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏସଆଇ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ଏଏସଆଇ ବସନ୍ତ ମଲ୍ଲିକ, କନଷ୍ଟେବଳ ଲକ୍ଷ୍ମଣ ପ୍ରଧାନ, ସୁରଜିତ ପ୍ରଧାନ, ପବିତ୍ର ସାହୁ, ଧନଞ୍ଜୟ ଦାସ ଓ କେ. ହେମାବତୀ ରେଡ୍ଡୀ ପ୍ରମୁଖ କେଶପୁର ଛକରେ ଚଢ଼ଉ କରିଥିଲେ । ଏହି ଚଢଉରେ ୧୧କିଲୋ ଗଞ୍ଜେଇ ସହ ଏକ ବାଇକ ନମ୍ବର ଓଡି ୦୭ ଏଆର ୦୬୧୫କୁ ଜବତ କରିଥିଲେ । ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ବୁଗୁଡ଼ା ଥାନା ଅଂଚଳର ବୁଲୁ ନାୟକଙ୍କୁ ଗିରଫ କରି ସନ୍ଧ୍ୟା ୫ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଏସଆଇ ସୂର୍ଯ୍ୟନାରାୟଣ ରଥ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.