ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ଲିପକାର୍ଟ ବୋର୍ଡରୁ ବିନି ବଂଶଲଙ୍କ ଇସ୍ତଫା, ନୂଆ କମ୍ପାନି ଆରମ୍ଭ କରିବାକୁ ଯୋଜନା

ନୂଆଦିଲ୍ଲୀ,୨୯/୦୧: ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟର ସହ- ପ୍ରତିଷ୍ଠାତା ବିନି ବଂଶଲ କମ୍ପାନି ବୋର୍ଡରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ସେ ଫ୍ଲିପ୍‌କାର୍ଟରେ ଥିବା ତାଙ୍କର ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କରି ଦେଇଥିଲେ । ଇ-କମର୍ସ କ୍ଷେତ୍ରରେ ଆଉ ଏକ ନୂଆ କମ୍ପାନି ଆରମ୍ଭ କରିବା ପାଇଁ ବିନି ଯୋଜନା ରଖିଥିବା କିଛି ଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। 

୨୦୦୭ରେ ସଚିନ ବଂଶଲ ଏବଂ ବିନି ବଂଶଲ ଫ୍ଲିପକାର୍ଟର  ସ୍ଥାପନା କରିଥିଲେ । ୨୦୧୮ରେ ଫ୍ଲିପକାର୍ଟର ସିଂହଭାଗ ଅଂଶଧନକୁ ୱାଲମାର୍ଟ କ୍ରୟ କରିଥିଲା । ଏହା ପରେ ସଚିନ  ବଂଶଲ କମ୍ପାନି ଛାଡି ଦେଇଥିଲେ । ସଚିନ ଏବେ ଫିନ୍‌ଟେକ କମ୍ପାନି ନବିର ପରିଚାଳନା କରୁଛନ୍ତି । ଫ୍ଲିପକାର୍ଟ ଛାଡିବା  ଅବସରରେ ବିନି ବଂଶଲ କହିଛନ୍ତି, ଗତ ୧୬ ବର୍ଷରେ ଫ୍ଲିପକାର୍ଟ ଅନେକ ଉପଲବ୍ଧି ଦେଇଛି, ଯାହାକୁ ନେଇ ଗର୍ବିତ । କମ୍ପାନିର  ମଜଭୂତ ଟିମ୍‌ ଆଗକୁ ମଧ୍ୟ ଏହାର ଅଭିବୃଦ୍ଧିରେ ସହାୟକ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.