ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

କେରାଣ୍ଡି ଖାଇବାକୁ ଯାଇ ବନଶୀ କଣ୍ଟାରେ ଲାଖିଲା ପାଣିକୁଆ, ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

Published By : Prameya | February 12, 2024 8:34 AM

ପୁରୀ, ୧୨/୦୨ : ପୁରୀ ଜିଲ୍ଲା ତେଇଶିପୁର ଗ୍ରାମର ନିରଞ୍ଜନ ସେଠୀ ପାଣି ଜୋର ଭିତରେ ଏକ ପାଣିକୁଆ ଛଟପଟ ହେଉଥିବାର ଦେଖିଥିଲେ। ପାଣିକୁଆଟି ଉଡିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଆଦୌ ଉଡ଼ି ପାରୁନଥିଲା। ନିରେଖି ଦେଖିବାରୁ ପକ୍ଷୀଟିର ଥଣ୍ଟ ଏକ ବନିଶୀ କଣ୍ଟାରେ ଲାଖିଥିବା ଜାଣି ପାରିଲେ ନିରଞ୍ଜନ। ଏକୁଟିଆ ଉଦ୍ଧାର କରିବା ପାଇଁ ବାଟ ନପାଇ ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଖବର ଦେଇଥିଲେ। ସୁଶାନ୍ତ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ପଶି ପ୍ଲାଷ୍ଟିକ ଡୋରରେ ଲାଗିଥିବା ପାଣି କୁଆକୁ ଉପରକୁ ଆଣିଥିଲେ। ବନଶି କଣ୍ଟାଟି ପାଣିକୁଆର ତଳପଟ ଥଣ୍ଟରେ ପଶି ଯାଇଥିଲା । ଯାହା ଫଳରେ ପକ୍ଷୀଟି ଛଟପଟ ହେଉଥିଲା ସିନା କିନ୍ତୁ ପ୍ଲାଷ୍ଟିକ ଡୋରକୁ ଛିଣ୍ଡେଇ ମୁକ୍ତ ହେବା ପାଇଁ ତାର ବଳ ପାଇନଥିଲା।

ନିରଞ୍ଜନଙ୍କ ସହାୟତାରେ ସୁଶାନ୍ତ ବନଶୀ କଣ୍ଟାରେ ଲାଗିଥିବା ପ୍ଲାଷ୍ଟିକ ଡୋରକୁ କାଟିବା ପରେ ଓଲଟା ପଟେ ଧୀରେ ଧୀରେ ବାହାର କରିଦେଇଥିଲେ । ପାଣିକୁଆଟିର ବିଶେଷ କିଛି କ୍ଷତି ହୋଇନଥିଲା । ତେଣୁ ସେହି ସ୍ଥାନରେ ତାକୁ ଛାଡି ଦେବା ପାଇଁ ସ୍ଥିର କରିଥିଲେ ସୁଶାନ୍ତ । କେଇ ସେକେଣ୍ଡ ହାତ ଉପରେ ସ୍ଥିର ହୋଇ ବସିବା ପରେ ପାଣିକୁଆଟି ଉଡ଼ିଯାଇଥିଲା । ସୁଶାନ୍ତ କହିଛନ୍ତି ଯେ, "ସ୍ଥାନୀୟ କେହି ବ୍ୟକ୍ତି ଶେଉଳ ମାଛ ଧରିବା ପାଇଁ ବନଶୀ କଣ୍ଟାରେ କେରାଣ୍ଡି ମାଛ ଗୁନ୍ଥି ଜୋରରେ ପକାଇଥିଲା। କେରାଣ୍ଡି ମାଛଟିକୁ ଖାଇବାକୁ ଯାଇ ପାଣିକୁଆଟିର ତଳପଟ ଥଣ୍ଟରେ କଣ୍ଟାଟି ଗଳି ଯାଇଥିଲା"।

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି " ପାଣିକୁଆଟି ମୋଟା ପ୍ଲାଷ୍ଟିକ ଡୋରଟିକୁ ଛିଣ୍ଡେଇ ନିଜେ ନିଜେ ମୁକ୍ତ ହେବା ଅସମ୍ଭବ ଥିଲା । ଏଣୁ, କମ୍ ଦିନରେ ଖାଦ୍ୟ ଗ୍ରହଣ କରି ନପାରି ତାର ମୃତ୍ୟୁ ହୋଇଥାଆନ୍ତା। ଅନ୍ୟ ଶିକାରୀ ପକ୍ଷୀ ବା ସ୍ତନ୍ୟପାୟୀମାନେ ମଧ୍ୟ ପାଣିକୁଆଟିକୁ ଆକ୍ରମଣ କରିବା ପାଇଁ ସୁଯୋଗ ପାଇଥାନ୍ତେ। ତେବେ ଯିଏବି ପାଣି କୁଆକୁ ଗିଳିବା ପାଇଁ ଚେଷ୍ଟା କରିଥାନ୍ତା, ବନଶୀ କଣ୍ଟାଟି ତା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାନ୍ତା"।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.