ଭୁବନେଶ୍ୱର,୩୧/୫ : ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଛାତ୍ରୀ ଝିପିପ୍ସା ମହାନ୍ତି କଳାରେ, ସତ୍ୟ ଶଙ୍କର ମହାନ୍ତି ବାଣିଜ୍ୟରେ ଏଵଂ ମଧୁସ୍ମିତା ଦାସ ବିଜ୍ଞାନରେ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି। ଝିପିପ୍ସା ସର୍ବାଧିକ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ ମୁକୁଟ ପରିଧାନ କରିଛନ୍ତି।
ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ ଓ ପରୀକ୍ଷା ନିୟନ୍ତ୍ରକ ମାନସ ଭୂୟାଁ ଆଜି ମହାବିଦ୍ୟାଳୟ ପରିସରରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚୋନ କରିଥଲେ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ଅବଧି ପୂର୍ବରୁ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାରୁ ମହାବିଦ୍ୟାଳୟ ଅଧକ୍ଷା ପ୍ରଫେସର ଇତିଶ୍ରୀ ପାଢ଼ୀ ପରୀକ୍ଷା ନିୟନ୍ତ୍ରକ ମାନସ କୁମାର ଭୂୟାଁଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।