ଭୁବନେଶ୍ଵର, ୨୦/୦୪ : ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସର୍ପ୍ରାଇଜ୍ ଦେଲା ବିଜେଡି। ୯ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ। ବଡ଼ଚଣାରୁ ପ୍ରାର୍ଥୀ ହେଲେ ବିଜେଡି ନବାଗତା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚମ୍ପୁଆରୁ ପ୍ରାର୍ଥୀ ହୋଇଛନ୍ତି ସନାତନ ମହାକୁଡ଼, ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ଵର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, କରଞ୍ଜିଆରୁ ବାସନ୍ତି ହେମ୍ଵ୍ରମ୍, ରେମୁଣାରୁ ବିଦ୍ୟାସ୍ମିତା ମାହାଳିକ, ସାରସକଣାରୁ ଦେବାଶିଷ ମାରାଣ୍ଡି, ଓ ସିମୁଳିଆରୁ ସୁଭାଷିନୀ ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ।
ସୂଚନାନୁଯାୟୀ, ଏହି ୯ ସିଟ୍ରୁ ୫ ବିଧାୟକଙ୍କ ଟିକଟ କଟିଛି। ବଡ଼ଚଣାରୁ ଅମର ଶତପଥୀ, କେନ୍ଦ୍ରାପଡ଼ାରୁ ଶଶିଭୂଷଣ ବେହେରା, ସିମୁଳିଆରୁ ଜ୍ୟୋତି ପାଣିଗ୍ରାହୀ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ଚମ୍ପୁଆରୁ ମୀନାକ୍ଷୀ ମହାନ୍ତଙ୍କ ଟିକଟ କାଟିଛି ଦଳ।
Also Read :-