ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘନ ଘନ ବୈଠକ ତଥାପି ଛିଡୁନି ଆସନ ଭାଗବଣ୍ଟା, ବିଜେଡି-ବିଜେପି ମେଣ୍ଟ ଆଶା କ୍ଷୀଣ !

ଭୁବନେଶ୍ୱର,୨୧/୦୩: ବିଜେଡି ଓ ବିଜେପି ମଧ୍ୟରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣା ସମ୍ଭାବନା ନାହିଁ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ତରଫରୁ ଏମିତି କିଛି ସଙ୍କେତ ଦିଆଯାଇଛି । ନିର୍ଭରଯୋଗ୍ୟ ସୂତ୍ରରୁ ଏମିତି ସୂଚନା ମିଳିଛି । ବିଜେଡି ଶୀର୍ଷ ନେତୃତ୍ୱ ବି ଏକଥା ଜାଣି ସାରିଲେଣି । ଦଳ ବି ଏକ ପ୍ରକାର ମନସ୍ଥ କରି ସାରିଲାଣି, ଏକୁଟିଆ ଲଢ଼ିବ ନିର୍ବାଚନ । କର୍ମୀ ଓ ନେତାଙ୍କୁ ଗୁରୁବାର କିମ୍ବା ଶୁକ୍ରବାର ଏକଥା ଖୋଲାଖୋଲି ଜଣାଇ ଦେବାକୁ ବିଚାର କରାଯାଉଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଆସନ ଭାଗବଣ୍ଟା ଏବଂ ନିର୍ବାଚନ ପରେ  କ୍ଷମତା ବଣ୍ଟନରେ କେଉଁ ଦଳର ଭାଗ କେତେ ରହିବ ସେ ନେଇ ସହମତି ହେଉ ନାହିଁ । ବିଜେପି ଯାହା ଚାହୁଁଛି ସେକଥା ବିଜେଡିକୁ ଜଣାଇ ଦିଆଯାଇଛି । ଏଥିରେ ବିଜେଡି ରାଜି ହେଲେ ମେଣ୍ଟ ହେବ।

କିନ୍ତୁ ବିଜେପିର ଦାବି ମାନିବା ସମ୍ଭବ ନୁହେଁ ବୋଲି ବିଜେଡି ବିଚାର କରୁଥିବା ଜଣାପଡ଼ିଛି । କୁହାଯାଉଛି, ବିଜେପି ୧୪ ଲୋକସଭା ଏବଂ ୪୯ ବିଧାନସଭା ଆସନରୁ ତଳକୁ ଖସିବ ନାହିଁ ବୋଲି ଜଣାଇ ଦେଇଛି । ସରକାର ଗଠନ ବେଳେ ଅନ୍ୟ ରାଜ୍ୟର ମେଣ୍ଟ ସରକାର ଭଳି ଉପ ମୁଖ୍ୟମନ୍ତ୍ରୀ ପଦ ବିଜେପି ନେବ ବୋଲି ସୂଚନା ଦିଆଯାଇଛି ।   ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି ବିଜେଡି ନେତୃତ୍ୱ ବିଚାର କରୁଛି ।

ଦିଲ୍ଲୀରୁ ମିଳିଥିବା ଖବରକୁ ବିଶ୍ୱାସ କରାଗଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରି ଫେରିବା ପରେ ଅମିତ ଶାହ ଜଣାଇଥିଲେ, ମେଣ୍ଟ ଧର୍ମ ଏବଂ ଅନ୍ୟ ରାଜ୍ୟରେ ବିଜେପି ସହଭାଗିତାରେ ଚାଲିଥିବା ମେଣ୍ଟ ସରକାର ଯେଭଳି ନିୟମ ଏବଂ ବୁଝାମଣାରେ ଚାଲିଛି ତାହା ମାନିବାକୁ ବିଜେଡି ରାଜି ହେଲେ ମେଣ୍ଟ ହେବ । ଦଳ କ’ଣ ଚାହୁଁଛି ସେକଥା ବିଜେଡିକୁ ଜଣାଇ ଦିଆଯାଇଛି । 

ଯାହା ଆଲୋଚନା ହେଉଥିଲା, ବିଜେପିକୁ ଅଧିକ ଲୋକସଭା ଆସନ ଛାଡ଼ି ଅଧିକ ବିଧାନସଭା ଆସନ ନିଜ କବ୍‌ଜାରେ ରଖିବାକୁ ବିଜେଡି ଚାହୁଁଥିଲା । ୧୩ଟି ଲୋକସଭା ଆସନ ଛାଡ଼ିବାକୁ ପ୍ରସ୍ତୁତ ଥିଲା । କିନ୍ତୁ ବିଧାନସଭାରେ ୩୫ରୁ ୪୨ ଆସନରୁ ଅଧିକ ହାତଛଡ଼ା ନ କରିବାକୁ ଜଣାଇଥିଲା । ଏହାଛଡ଼ା ସରକାର ଗଠନରେ ବିଜେଡିର ଦବ୍‌ଦବା ରହିବ ବୋଲି ପ୍ରସ୍ତାବ ଦେଇଥିଲା ।   

ରାଜ୍ୟ ଶାଖା ବିଜେପି ଗତ ଚାରି ଦିନ ହେଲା ଦିଲ୍ଲୀରେ ଡେରା ମାରିଥିଲା । କେନ୍ଦ୍ରୀୟ ନେତୃତ୍ୱ ଆଗରେ ଯୁକ୍ତି ବାଢ଼ିଥିଲା ଯେ ମେଣ୍ଟ ହେଲେ ବିଜେପିର କିଛି ଫାଇଦା ହେବ ନାହିଁ । ଦୃଢ଼ୋକ୍ତି ଦେଇଥିଲେ, ଏକୁଟିଆ ଲଢ଼ିଲେ ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ଆସନରେ ଜିତିବ ଦଳ । 

  

     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.