ଭୁବନେଶ୍ବର,୫।୬ : ନବୀନ ନିବାସରେ ବିଜେଡିର ବୈଠକ ବସିଛି। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏଥିରେ ନବନିର୍ବାଚିତ ବିଜେଡି ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।
ଗଣେଶ୍ବର ବେହେରା, ସତ୍ୟେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ବ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ବାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରା , ରଣେନ୍ଦ୍ର ପ୍ରତାପ ସ୍ଵାଇଁ , ସୁଶାନ୍ତ ରାଉତ, ସାରଦା ପ୍ରସନ୍ନ ଜେନା, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ, ରୁପେଶ ପାଣିଗ୍ରାହୀ, ସୁନିଲ ମହାନ୍ତି, ତୁଷାରକାନ୍ତି ବେହେରା, କଳିକେଶ ସିଂଦେଓ ନବୀନ ନିବାସରେ ଉପସ୍ଥିତ ଅଛନ୍ତି। କାହିଁକି ଦଳ ହାରିଲା। ତର୍ଜମା ହେବ ,ଦଳ ସଂଖ୍ୟା ଗରିଷ୍ଠତା ପାଇ ନଥିଲେ ବି ଆମେ ହତାଶ ହୋଇନୁ ବୋଲି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ କହିଛନ୍ତି।