ନୀଳଗିରି,୩/୨(ଆ.ପ୍ର)ବିଜେଡି ଦଳ ଛାଡି ବିଜେପି ରେ ମିଶିଥିଲେ।ହେଲେ ଦିନକ ପରେ ପୁଣି ସେମାନେ ବିଜେଡିରେ ମିଶିଥିବା ଜଣାପଡିଛି।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ଛତ୍ରପୁର ପଞ୍ଚାୟତରେ ଘଟିଛି।
ଗତ ଫେବୃଆରୀ ୧ ତାରିଖରେ ଛତ୍ରପୁର ପଞ୍ଚାୟତ ରେ କିଛି ଯୁବକ ବିଜେଡି ଛାଡି ବିଜେପି ଦଳରେ ବିଧାୟକ ଇଂ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ମିଶିଥିଲେ। ହେଲେ ୧୫ ରୁ ଅଧିକ ଯୁବକର୍ମୀ ବିଜେଡି ନେତା ସନ୍ତୋଷ ଖଟୁଆ ଙ୍କ ନେତୃତ୍ୱରେ ବିଜେଡି ଦଳକୁ ଫେରିଛନ୍ତିଇ। ଶ୍ରୀ ଖଟୁଆଙ୍କ ଫାର୍ମ ହାଉସ ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ପୁଣି ବିଜେଡି ଦଳ କୁ ସ୍ଵାଗତ କରାଯାଇଥିଲା।