ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଖଲ୍ଲିକୋଟରେ ବିଜେଡିକୁ ବିପଦ, ଛାଡ଼ୁଛନ୍ତି ନେତା ଓ କର୍ମୀ

ଛତ୍ରପୁର, ୧୨/୦୪ : ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜୁ ପଟ୍ଟନାୟକଙ୍କ ସମୟରେ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସମୟରୁ ବିଜେଡି ଗଡ଼ ଭାବେ ପରିଚିତ ରହିଆସିଛି । ଏହାର ନେତୃତ୍ୱ ନେଉଥିଲେ ରାଣୀ ସାହେବା ତଥା ତତ୍କାଳୀନ ଖଲ୍ଲିକୋଟ ଓ ପରବର୍ତ୍ତୀ ସମୟରେ କବିସୂର୍ଯ୍ୟନଗର ବିଧାୟିକା ଥିବା ଭି ସୁଜ୍ଞାନ କୁମାରୀ ଦେଓ । ନିକଟରେ ତାଙ୍କର ଦେହାନ୍ତ ଓ ପରେ ଏହି ନିର୍ବାଚନମଣ୍ଡଳୀରେ ରାଣୀ ଲିଗାସୀ ଆଶାୟୀଙ୍କୁ ଟିକଟ ନ ମିଳିନି । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦଳ ରିପିଟ୍‌ କରିବା ପରେ ବିଜେଡିରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଭିନ୍ନ ପଞ୍ଚାୟତରୁ ଦୈନିକ ଶତାଧିକ ଦଳୀୟ ନେତା ଓ କର୍ମୀ ବିଜେଡି ଛାଡ଼ୁଛନ୍ତି । ସୂର୍ଯ୍ୟମଣିଙ୍କ ପୂର୍ବରୁ ଦୁଇ ଥର ବିଜେଡି ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ନିକଟରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପରେ ବିଜେଡି ଛାଡୁଥିବା ଅନ୍ୟ ନେତା ଓ କର୍ମୀ ବିଜେପିମୁହାଁ ହୋଇଛନ୍ତି । 

ଗତ ୮ ତାରିଖରେ କୋମଣ୍ଡ, କନକା ପଞ୍ଚାୟତର ପ୍ରାୟ ୫୦ ଜଣ ନେତା ଓ କର୍ମୀ ବିଜେଡି ଛାଡି ଖଲ୍ଲିକୋଟସ୍ଥିତ ବିଜେପି କାର୍ଯ୍ୟାଳୟରେ ସେହି ଦଳରେ ସାମିଲ ହୋଇଥିଲେ । ପୁଣି ବୁଧବାର ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଖଲ୍ଲିକୋଟ ଅଞ୍ଚଳର ବ୍ଲକ୍‌ ଉପାଧ୍ୟକ୍ଷ, ପ୍ରାୟ ୮ ଜଣ ସରପଞ୍ଚ ଓ ସମିତିସଭ୍ୟ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ରାଧାଶ୍ୟାମ ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ପୂର୍ବତନ ସରପଞ୍ଚ ଏବଂ ଆଗଧାଡ଼ିର ନେତା, କର୍ମୀ ଶତାଧିକ ସଂଖ୍ୟାରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି । ଖଲ୍ଲିକୋଟ ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି ଯେ ଜନତା ଦଳ ଅମଳରୁ ରହି ଆସିଥିବା ନେତାମାନେ ରାଣୀଙ୍କ ଦେହାନ୍ତ ପରେ ବିଜେପି ଶିବିରକୁ ଡିଆଁ ମାରିଛନ୍ତି । ଆଗରୁ ଆହୁରି ଅନେକ ନେତା, କର୍ମୀ, ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିବେ ବୋଲି ବିଜେଡି ଅସନ୍ତୁଷ୍ଟ ମହଲରୁ ଶୁଣିବାକୁ ମିଳୁଛି । 

ଅପରପକ୍ଷରେ ଏଭଳି ମଧ୍ୟ କିଛି ଜଣ ଅଛନ୍ତି ଯେଉଁମାନେ ରାଣୀମା’ଙ୍କ ଅନୁଗାମୀ, ସେମାନେ ଦଳ ନ ଛାଡ଼ିଲେ ମଧ୍ୟ ବିଧାୟିକାଙ୍କ ପାଇଁ କାମ କରିବେନି ବୋଲି ସ୍ଥିର କରିଥିବା ଜଣାପଡ଼ିଛି । ଯେଉଁ ଢଙ୍ଗରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଏହି ପ୍ରକ୍ରିୟା ଚାଲୁ ରହିଛି, ଏଭଳି ଜାରି ରହିଲେ ବିଜେଡିର ଦୁର୍ଗ ପ୍ରତି ବିପଦ ଘନେଇବା ଆଶଙ୍କା ବୃଦ୍ଧି ପାଇବା ଥୟ । ସୂଚନାଯୋଗ୍ୟ, ରାଣୀ ଲିଗାସୀମାନେ ବର୍ତ୍ତମାନର ବିଧାୟିକା ସୂର୍ଯ୍ୟମଣିଙ୍କୁ ପରିବର୍ତ୍ତନ ଦାବି କରି ଆସୁଥିଲେ । ଏପରିକି ଶହ ଶହ ସଂଖ୍ୟାରେ ନବୀନ ନିବାସ ଯାଇ ବିଧାୟକ ହଟାଅ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବଞ୍ଚାଅ ସ୍ଲୋଗାନ ଦେଇଥିଲେ । କିନ୍ତୁ ବିଜେଡି ପୁଣି ସୂର୍ଯ୍ୟମଣିଙ୍କ ଉପରେ ଭରସା କରିଛି । ଏଣୁ ଅସନ୍ତୁଷ୍ଟ ଗୋଷ୍ଠୀ ଏବେ କ୍ଷୁବ୍ଧ ଅଛନ୍ତି । 

ଗତ ନିର୍ବାଚନରେ ରାଣୀ ବଞ୍ଚିଥିବା ବେଳେ ଏଠି ବିଜେପି ପ୍ରାର୍ଥୀ ଭାରତୀ ବେହେରା ୪୪ ହଜାର ୫୬୦ ଭୋଟ୍‌ ପାଇଥିଲେ । ସେତେବେଳେ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିରୋଧରେ ସୂର୍ଯ୍ୟମଣିଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ନେତୃତ୍ୱରେ ସୁଜ୍ଞାନ ସେନା ଗଠନ କରାଯାଇ ଥିଲା । ରାଣୀଙ୍କ ସମର୍ଥନରେ ପୂର୍ଣ୍ଣଚନ୍ଦ୍ରଙ୍କ ବଦଳରେ ସୂର୍ଯ୍ୟମଣିଙ୍କୁ ଦଳ ଟିକଟ ଦେଇଥିଲା । କିନ୍ତୁ ବିଜେପି ଭୋଟ ଆଶାତୀତ ବୃଦ୍ଧି ପାଇଥିଲା । ରାଣୀଙ୍କ ଦେହାନ୍ତ ପରେ ତାଙ୍କ ଲିଗାସୀକୁ ରାଜନୀତିରୁ ନିଶ୍ଚିହ୍ନ କରିବା ନେଇ ବଡ଼ଧରଣର ଷଡଯନ୍ତ୍ର ଦଳ ମଧ୍ୟରେ କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ରାଜନୈତିକ ସ୍ତରରେ ଆଲୋଚନା ହେଉଛି । ଆଉ ଏହି ସୁଯୋଗରେ ବିଜେପି ତାର ବଳ ଗୋଟାଇବାରେ ଲାଗିଛି ଯାହାକି ବିଜେଡି ପାଇଁ ବୁମେରାଂ ହୋଇପାରେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.