ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ଦିଲ୍ଲୀପ ଘୋଷ, ଜବାବ ଦେଲା ଟିଏମସି

Image Courtesy: catchnews

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ଏବେ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ବିଜେପି ନେତା ଦିଲ୍ଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଅସୁବିଧାରେ ପଡ଼ିଛନ୍ତି ।  ତୃଣମୂଳ କଂଗ୍ରେସ (ଟିଏମସି) ଦିଲ୍ଲୀପ ଘୋଷଙ୍କୁ ଜୋରଦାର ଟାର୍ଗେଟ କରିଛି । ଦିଲ୍ଲୀପ ଘୋଷ କହିଥିଲେ ଯେ, ଦିଦି (ମମତା ବାନାର୍ଜୀ) ଗୋଆ ଯିବା ସହ ସେଠାରେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି । ଏହାପରେ ସେ ତ୍ରିପୁରା ଯାଇ, ସେଠାରେ ବି ନିଜକୁ ତ୍ରିପୁରାର ଝିଅ କହୁଛନ୍ତି । ଦିଦି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ ଯେ ତାଙ୍କ ବାପା କିଏ ? ଏମିତି କାହାର ବି ଝିଅ ହୋଇଯିବା ଆଦୌ ଭଲ କଥା ନୁହେଁ। 

ସେପଟେ ପଶ୍ଚିମବଙ୍ଗର ପୂର୍ବତନ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କୁ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବାହାର କରି ଦେବାରୁ ସେ ହତାଶ ହୋଇ ଏପରି କଥା ସବୁ କହୁଛନ୍ତି ବୋଲି ଟିଏମସି କହିଛି । ଏହାର ଭିଡିଓ ଶେୟାର କରି ଟିଏମସି କହିଛି ଯେ, ମା’ ଦୁର୍ଗାଙ୍କ ବଂଶ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ଏବେ ମମତା ବାନାର୍ଜୀଙ୍କ ପୂର୍ବ ପୁରୁଷଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଙ୍ଗଲର ମହିଳାଙ୍କ ପ୍ରତି ଘୋଷଙ୍କର କୌଣସି ସମ୍ମାନ ନାହିଁ । ହିନ୍ଦୁତ୍ୱର ଦେବୀ ହୁଅନ୍ତୁ କି ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କାହା ପ୍ରତି ତାଙ୍କର ସମ୍ମାନ ନାହିଁ।

୨୦୨୧ରେ ମା’ ଦୁର୍ଗାଙ୍କ ସମ୍ପର୍କରେ ଦିଲ୍ଲୀପ ଘୋଷ ଦେଇଥିବା ମନ୍ତବ୍ୟ ବେଶ ବିବାଦୀୟ ହୋଇଥିଲା। ସେ କହିଥିଲେ, ଭଗବାନ ରାମ ଜଣେ ସମ୍ରାଟ ଥିଲେ। କିଛି ଲୋକ ତାଙ୍କୁ ଅବତାର ରୂପେ ଚିତ୍ରଣ କରନ୍ତି । ଆମେ ତାଙ୍କ ପୂର୍ବପୁରୁଷଙ୍କ ନାଁ ଜାଣିଛେ । କିନ୍ତୁ ଦୁର୍ଗାଙ୍କ ସମ୍ପର୍କରେ ଆପଣମାନେ ସେମିତି କିଛି ଶୁଣିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ରାଜନୀତିରେ ଆରୋପ ପ୍ରତ୍ୟାରୋପ ହେବା କୌଣସି ନୂଆ କଥା ନୁହେଁ । ଏହା ପୂର୍ବରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ବିଜେପି ପ୍ରାର୍ଥୀ କଙ୍ଗନା ରଣାଓ୍ବତଙ୍କୁ ନେଇ ବିବାଦୟୀ ମନ୍ତବ୍ୟ ଦେଇଥିଲେ । ଆଉ ଏହି ମାମଲା ଏବେ ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଯାଇଛି । 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.