ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋରରେ ବଦଳିଲା ବିଜେପି ପ୍ରାର୍ଥୀ, ରାଜେନ୍ଦ୍ରଙ୍କ ସ୍ଥାନରେ ପର୍ଶୁରାମଙ୍କୁ ମିଳିଲା ଟିକେଟ୍

ସୋର,୧୪।୫ : ଶେଷ ମୁହୂର୍ତ୍ତରେ ବଦଳିଲା ସୋର ବିଜେପି ପ୍ରାର୍ଥୀ  l ପୂର୍ବରୁ ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା l  ରାଜେନ୍ଦ୍ରଙ୍କ ସ୍ଥାନରେ  ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା  କରିଛି। 

ରାଜେନ୍ଦ୍ର ଦାସ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ସୋରରୁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ  ଏହାକୁ ନେଇ ସୋରରେ ଅସନ୍ତୋଷ ଦେଖା ଦେଇଥିଲା।  ପରବର୍ତ୍ତି ସମୟରେ ବିଧାୟକ ପର୍ଶୁରାମ ବିଜେଡିରୁ ଇସ୍ତଫା ଦେଇଥିଲେ ଏବଂ ବିଜେପିରେ ଯୋଗ ଦେଇଥିଲେ। ସେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା। ଶେଷରେ ଦଳ ସେଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। 

ପର୍ଶୁରାମ ଧଡ଼ାଙ୍କୁ ବିଜେପିରୁ ଟିକେଟ୍ ମିଳିବା ପରେ ଏଥର ସୋରରେ  ତ୍ରିମୁଖୀ ଲଢ଼େଇ ହେବ ।  ତିନି ଧଡା ମଧ୍ୟରେ ହେବ ବିଗ୍ ଫାଇଟ୍। ବିଜେପିର ପର୍ଶୁରାମ ଧଡାଙ୍କୁ ଟକ୍କର ଦେବେ ବିଜେଡି ବିଧାନସଭା ପ୍ରାର୍ଥୀ ମାଧବ ଧଡା ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ସୁବ୍ରତ ଧଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.