ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଫୋକସରେ ଓଡ଼ିଶା: ଆଜି ଜେପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ କରିବେ ମାରାଥନ୍ ପ୍ରଚାର

ଭୁବନେଶ୍ୱର,୨୩/୦୫: ଆଜି ଓଡ଼ିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହା ତାଙ୍କର ପ୍ରଥମ ନିର୍ବାଚନୀ ଗସ୍ତ ହେବ । ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଓ ମାହାଙ୍ଗାର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସେ ସମ୍ବୋଧିତ କରିବା ସହ ବିଜେପି ପାଇଁ ଭୋଟ୍‌ ମାଗିବେ । ସେହିଭଳି  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କରଞ୍ଜିଆ, ଧାମନଗରର ଅସୁରାଳି, ବଡ଼ଚଣା ଓ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ । 

ଗୁରୁବାର ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସମ୍ବଲପୁର ଯାଇ ପ୍ରଚାର କରିବେ । ପ୍ରଥମେ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ନେବେ ।  ସକାଳ ୯ଟା ୧୫ରେ ସମ୍ବଲପୁରର ବିଜୁ ବରୁଆଙ୍କ ଜନ୍ମସ୍ଥାନକୁ  ଯାଇ ଶ୍ରଦ୍ଧାଞ୍ଜଳି ଦେବେ । ପରେ ଦେବଗଡ଼ରେ ରୋଡ୍‌ ସୋ କରିବେ । ମଧ୍ୟାହ୍ନରେ ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡ଼ବିଲରେ  ସଭା କରିବେ । ଅପରାହ୍ନରେ ଚୌଦ୍ୱାର ଓ ବଡ଼ମ୍ବାରେ ଅନୁଷ୍ଠିତ  ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି ।

  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.