ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାଜପା ଶାସନକୁ ଆସିବା ପରେ, ଲୋକସଭାରେ ମୁସଲିମ୍‌ ସାଂସଦଙ୍କ ସଂଖ୍ୟାରେ ହ୍ରାସ ନା ବୃଦ୍ଧି ?

ନୂଆଦିଲ୍ଲୀ, ୫।୬: ଭାଜପାକୁ ଛାଡ଼ି ପ୍ରାୟ ସମସ୍ତ ଦଳ ନିର୍ବାଚନ ବେଳେ ମୁସଲିମ୍‌ ମତଦାତାଙ୍କୁ ନିଜ ଦଳ ସପକ୍ଷରେ କରିବାକୁ ପ୍ରୟାସ କରିଥାନ୍ତି । ଏହା ପରେ ମଧ୍ୟ ସଂସଦଠୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଏମାନଙ୍କ ପ୍ରତିନିଧିତ୍ୱ ଲଗାତାର ହ୍ରାସ ହେବାରେ ଲାଗୁଛି । ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ମୁତାବକ, ମୋଟ୍ ୨୮ ଜଣ ମୁସଲିମ୍ ସାଂସଦ ହୋଇଛନ୍ତି । ୨୦୧୯ ତୁଳନାରେ ମୁସଲିମ୍‌ ସାଂସଦଙ୍କ ସଂଖ୍ୟା ମାତ୍ର ୨ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪ ନିର୍ବାଚନରେ ଲୋକସଭାରେ ସବୁଠୁ କମ୍ ୨୨ ଜଣ ମୁସଲିମ୍ ସାଂସଦ ଥିଲେ । ୧୯୮୦ରେ ଲୋକସଭାରେ ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ ୪୯କୁ ବୃଦ୍ଧି ପାଇଥିଲା । 

କହିରଖୁ କି, ଦେଶରେ ଧର୍ମ ଆଧାରରେ ଜନସଂଖ୍ୟା ମାମଲାରେ ମୁସଲିମ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ପ୍ରତ୍ୟେକ ନିର୍ବାଚନରେ ମୁସଲିମ୍‌ଙ୍କୁ ସାମିଲ କରାଯାଉଥିବା ବେଳେ ଭାରତରେ ୧୫ ମୁସଲିମ୍ ବହୁଳ ନିର୍ବାଚନୀ କ୍ଷେତ୍ର ରହିଛି । ପଶ୍ଚିମବଙ୍ଗର ବହରାମପୁରରେ ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଅଧିର ରଞ୍ଜନ ଚୌଧୁରୀ ନିର୍ବାଚନ ଜିତିଥିଲେ । କିନ୍ତୁ, ଚଳିତ ବର୍ଷ ତୃଣମୂଳ କଂଗ୍ରେସର ୟୁସୁଫ୍ ପଠାନ ସାଂସଦ ହୋଇଛନ୍ତି । ଆସାମର ବାରପେଟା ସିଟ୍‌ରେ ଚଳିତ ଥର ଆସାମ ଗଣ ପରିଷଦର ଫଣି ଭୂଷଣ ଚୌଧୁରୀ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି । 

ରାଜନୈତିକ ବିଶ୍ଲେଷକଙ୍କ କହିବାନୁସାରେ, ୨୦୧୪ରେ ଭାଜପା ଶାସନକୁ ଆସିବା ପରେ ଅଧିକାଂଶ ବିପକ୍ଷୀ ଦଳ ଧାର୍ମିକ ବିବାଦ କାରଣରୁ ମୁସଲିମ୍‌ଙ୍କୁ ଟିକେଟ ଦେବାକୁ ପଛଘୁଞ୍ଚା ଦେଲେ । ଏହି କାରଣରୁ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ମୁସଲିମ୍‌ଙ୍କ ସଂଖ୍ୟା ହ୍ରାସ ପାଉଥିବାର ଦେଖାଦେଉଛି । ଇଣ୍ଡିଆ ମେଣ୍ଟରେ ସାମିଲ କଂଗ୍ରେସ, ସପା ଓ ଟିଏମ୍‌ସି ମୁସଲିମ୍ ପ୍ରାର୍ଥୀଙ୍କୁ କମ୍ ସିଟ୍ ଦେଇଥିଲେ । ସପା ନିକଟରେ ଚଳିତ ବର୍ଷ ନିର୍ବାଚନରେ କେବଳ ୪ ଜଣ ମୁସଲିମ୍ ପ୍ରାର୍ଥୀ ଥିଲେ । ୨୦୧୯ରେ ସପା ୮ ଜଣ ମୁସଲିମଙ୍କୁ ଟିକେଟ ଦେଇଥିଲା । କଂଗ୍ରେସ, ଟିଏମସି, ଏସପି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ଭାରତୀୟ କମ୍ୟୁନିଟି ପାର୍ଟି-ମାକ୍ସବାଦୀ ମିଳିତ ଭାବେ ମାତ୍ର ୭୮ ମୁସଲିମ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାର ସୁଯୋଗ ଦେଇଥିଲେ । ସେହିପରି ୨୦୧୯ରେ ୧୧୫ ପ୍ରାର୍ଥୀ ଓ ଭାଜପା ନିଜ ସହଯୋଗୀ ଜନତା ଦଳ ୟୁନାଇଟେଡ୍ ବିହାରଠାରେ ଜଣିଏ ମୁସଲିମ୍ ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇଥିଲା । ରାଜନୈତିକ ବିଶ୍ଳେଷକଙ୍କ ଅନୁସାରେ, ୨୦୨୪ରେ ମୁସଲିମ୍ ମତଦାତାମାନେ ଖୁବ୍ ସଚେତନତାର ସହ ଭୋଟ୍ ଦେଇଛନ୍ତି । ସେମାନେ ନିଜ ପାଇଁ ଉଚ୍ଚ ପଦବୀରେ ଏକ ସିଟ୍ ଚାହୁଁଥିଲେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ଭୋଟ୍ ଦେବା ସମୟରେ ସେମାନେ ନିର୍ଣ୍ଣାୟକ ବିକଳ୍ପ ବାଛିଛନ୍ତି ।      

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.