କେନ୍ଦୁଝର ସଦର,୨୯/୮(ଆପ୍ର) କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ୧ରୁ ହେବାକୁ ଥିବା ସଦସ୍ୟତା କାର୍ଯ୍ୟକ୍ରମ ପାଇଁ ପ୍ରତେକ ଘରକୁ ଘର ଯାଇ ସଦସ୍ୟତା ଅଭିଯାନ କରାଯିବ ।
କର୍ମଶାଳାରେ ନଗର ପ୍ରଭାରୀ ବିଲି ପଣ୍ଡା, ଶିବ କୁମାର ରାଠୋର, ଜିଲ୍ଲା କମିଟି ସଦସ୍ୟତା ଅଭିଯାନ କମିଟି ତଥା ନିର୍ବାଚନ ମଣ୍ଡଳୀ ସଂଯୋଜକ ଵିବେକାନନ୍ଦ ମହାନ୍ତ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ଜିଲ୍ଲା ଉପସଭାପତି ଗଣେଶ୍ଵର ମହାନ୍ତ, ନରଣପୁର ମଣ୍ଡଳ ସଭାପତି ଚିନ୍ତା ମହାନ୍ତ, ବେଣୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିବା ବେଳେ କର୍ମଶାଳାରେ ବିଜେପିର ଅନ୍ୟାନ୍ୟ ପଦାଧିକାରୀ ଅଂଶଗ୍ରହଣ କରିଛନ୍ତି।