ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାଥରସ ବିଜେପି ସାଂସଦ ରାଜଭୀର ଦିଲରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ, ଚଳିତ ଲୋକସଭା ନିର୍ବାଚନରେ ଟିକେଟ ଦେଇନି ଦଳ...

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ୍ ଲୋକସଭା ଆସନରୁ ବିଜେପି ସାଂସଦ ରାଜଭୀର ଦିଲରଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି । ଆଲିଗଡର ଏକ ଡାକ୍ତରଖାନାରେ ଚିକିତ୍ସା ସମୟରେ ସାଂସଦଙ୍କ ମୃତ୍ୟୁ ଘଟିଛି । ବିଜେପି ଏଥର ୨୦୨୪ ନିର୍ବାଚନରେ ହାଥରସ୍ ଆସନରୁ ତାଙ୍କୁ ପ୍ରାର୍ଥୀ କରିନଥିଲା । ତାଙ୍କ ବଦଳରେ ଦଳ ଅନୁପ୍ ବାଲ୍ମିକିଙ୍କୁ ମୈଦାନକୁ ଓହ୍ଲାଇଛି । ୨୦୧୯ ଲୋକସଭା ନିର୍ବାଚନରେ ରାଜଭୀର ଦିଲର ହାଥରସ୍ ଆସନରୁ ଜିତିଥିଲେ। ରାଜଭୀର ଦିଲରଙ୍କ ପିତା ମଧ୍ୟ ହାଥରସ୍ ଆସନରୁ ସାଂସଦ ଥିଲେ ।

ଲୋକସଭା ନିର୍ବାଚନ ପୂର୍ବରୁ ରାଜଭୀର ଦିଲରଙ୍କ ମୃତ୍ୟୁ ବିଜେପି ପାଇଁ ଏକ ପ୍ରକାର ବଡ ଝଟକା ବୋଲି କୁହାଯାଉଛି । ଗତ କିଛି ଦିନ ହେବ ସାଂସଦ ରାଜଭୀର ସିଂ ଦିଲର ଅସୁସ୍ଥ ଥିଲେ। ଚଳିତ ନିର୍ବାଚନରେ ହାଥରସ୍ ଲୋକସଭା ଆସନ ପାଇଁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ମଧ୍ୟରେ ରହିବା ପରେ ବି ତାଙ୍କୁ ଦଳ ଟିକେଟ ଦେଇ ନଥିଲା । ଆଉ ଏଥିପାଇଁ ସେ ଚିନ୍ତିତ ଥିଲେ । ରାଜଭୀର ଦିଲରଙ୍କ ମୃତ୍ୟୁ ପରେ ଭାରତୀୟ ଜନତା ପାର୍ଟିରେ ଆଲୋଡ଼ନ ସୃଷ୍ଟି ହୋଇଛି । 

ରାଜଭୀର ସିଂ ଦିଲରଙ୍କ ପିତା କିଶନ ଲାଲ ଦିଲର ଲଗାତାର ଚାରିଥର ହାଥରସ୍ ଆସନରୁ ସାଂସଦ ହୋଇଥିଲେ। ସେ ୧୯୯୬ ରୁ ୨୦୦୪ ପର୍ଯ୍ୟନ୍ତ ହାଥରସ୍ ସିଟ୍ ଜିତିଥିଲେ। ତେବେ ୨୦୧୯ ମସିହାରେ ରାଜଭୀର ଦିଲର ବିଜେପିକୁ ଏହି ଆସନରେ ବିଜୟୀ କରାଇଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.