ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାର ବାକି ୩ ଲୋକସଭା ଆସନରେ ପ୍ରାର୍ଥୀ ଦେଲା ବିଜେପି, କଟକରୁ ଲଢ଼ିବେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ/ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ବିଜେପି ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଶାର ବାକି ୩ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି । ତାଲିକାରେ ଓଡ଼ିଶାର ଯାଜପୁର, କନ୍ଧମାଳ ଏବଂ କଟକ ଲୋକସଭା ଆସନ ସାମିଲ ରହିଛି । ଯାଜପୁରରୁ ଡ. ରବୀନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ ସୁଶାନ୍ତ କୁମାର ପାଣିଗ୍ରାହୀ ଏବଂ କଟକରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି ବିଜେପି । 


ଏହା ପୂର୍ବରୁ ମାର୍ଚ୍ଚ ୨୮ (ଗୁରୁବାର)ରେ ଦିଲ୍ଲୀ ବିଜେପିରେ ସାମିଲ ହୋଇଥିଲେ ଭର୍ତ୍ତୃହରି ମହତାବ । ବିଜେଡି ଟିକେଟରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ପଦ୍ମ ଧରିବା ପରେ ତାଙ୍କୁ ଦଳ କଟକରୁ ଟିକେଟ ଦେବ ବୋଲି ଏକପ୍ରକାର ନିଶ୍ଚିତ ହୋଇଥିଲା । ଆଉ ଆଜି ତାଙ୍କୁ ହିଁ କଟକରୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ବିଜେପିରେ ସାମିଲ ହେବା ପରେ ୬୭ ବର୍ଷୀୟ ଭର୍ତ୍ତୃହରି କହିଥିଲେ ଯେ, ମୁଁ ବିଜେଡିରୁ ଇସ୍ତଫା ଦେବା କଥା କେତେକଙ୍କୁ ଅଡ଼ୁଆ ଲାଗିପାରେ କିନ୍ତୁ ମୋତେ ଆଶ୍ବସ୍ତ ଲାଗୁଛି । କାରଣ ମୁଁ ଯନ୍ତ୍ରଣାରେ ଥିଲି । ଯନ୍ତ୍ରଣା ଅସହ୍ୟ ହେବା ପରେ ବିଜେଡି ଛାଡ଼ିବାକୁ ବାଧ୍ୟ ହେଲି ବୋଲି କହିଥିଲେ ଭର୍ତ୍ତୃହରି । 

ଏଥର ବିଜେପି ଫୋକସରେ ଓଡ଼ିଶା ଥିବା କଥା କୁହାଯାଉଥିବା ବେଳେ ପ୍ରତିଟି ଲୋକସଭା ଆସନରେ ଦଳ ଭାବିଚିନ୍ତି ପ୍ରାର୍ଥୀଙ୍କୁ ଓହ୍ଲାଇଛି । ପ୍ରଥମେ ଦଳ ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ସେଥିମଧ୍ୟରୁ ଭୁବନେଶ୍ବର, ପୁରୀ ଏବଂ ସମ୍ବଲପୁର ଆସନକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବାକୁ ଥିବା ବେଳେ ପୁରୀ ଏବଂ ଭୁବନେଶ୍ବରରେ ପ୍ରାର୍ଥୀଙ୍କୁ ରିପିଟ୍‌ କରିଛି ବିଜେପି । ଭୁବନେଶ୍ବରରୁ ପୁଣି ଥରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପୁରୀରୁ ଗତ ନିର୍ବାଚନରେ କମ୍‌ ଭୋଟ ବ୍ୟବଧାନରେ ହାରିଥିବା ସମ୍ବିତ ପାତ୍ରଙ୍କ ଉପରେ ଭରସା କରିଛି ବିଜେପି । 

ବିଜେପିର ୨୧ ଲୋକସଭା ପ୍ରାର୍ଥୀ

ବରଗଡ-ପ୍ରଦୀପ ପୁରୋହିତ

ସୁନ୍ଦରଗଡ଼-ଜୁଏଲ ଓରାମ

ସମ୍ୱଲପୁର-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦୁଝର-ଅନନ୍ତ ନାୟକ

ମୟୂରଭଞ୍ଜ-ନବ ଚରଣ ମାଝୀ

ବାଲେଶ୍ୱର-ପ୍ରତାପ ଷଡଙ୍ଗୀ

ଭଦ୍ରକ-ଅଭିମନ୍ୟୁ ସେଠୀ

ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

 ବଲାଙ୍ଗୀର-ସଙ୍ଗୀତା କୁମାରୀ ସିଂ ଦେଓ

କଳାହାଣ୍ଡି-ମାଲଭିକା କେଶରୀ ଦେଓ

ନବରଙ୍ଗପୁର-ବଳଭଦ୍ର ମାଝୀ

କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ଜଗତସିଂହପୁର-ବିଭୂ ପ୍ରସାଦ ତରାଇ

ପୁରୀ-ସମ୍ୱିତ୍ ପାତ୍ର

ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ

ଆସିକା-ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ

କୋରାପୁଟ-କାଳୀରାମ ମାଝୀ

କଟକ- ଭର୍ତ୍ତୃହରି ମହତାବ

କନ୍ଧମାଳ- ସୁଶାନ୍ତ କୁମାର ପାଣିଗ୍ରାହୀ 

କନ୍ଧମାଳ-ଡ. ରବୀନ୍ଦ୍ର ନାରାୟଣ ବେହେରା 

ସେପଟେ ବିଜେଡି ବର୍ତ୍ତମାନ ସୁଦ୍ଧା ୧୫ ଲୋକସଭା ଏବଂ ୭୨ ବିଧାନସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଏବେ ବି ପଛରେ ରହିଛି । ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ।



  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.