ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଇସୁଆଁରୁ ମହାଦେଇଯୋଡ଼ା ବିଜେପିର ମାରାଥନ ବାଇକ୍ ରାଲି, ହଜାର ହଜାର ଯୁବ ବିଜେପି କର୍ମକର୍ତ୍ତା ସାମିଲ

କେନ୍ଦୁଝର ସଦର, ୨୨।୫: କେନ୍ଦୁଝର ଜିଲ୍ଲା ସଦର ନିର୍ବାଚନମଣ୍ଡଳୀର ରାଇସୁଆଁରୁ ମହାଦେଇଯୋଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ସଞ୍ଜୀବ କୁମାର ସାହୁଙ୍କ ନେତୃତ୍ୱରେ ମଣ୍ଡଳ ଯୁବ ବିଜେପି ନେତା ମନୋରଂଜନ ରାଉତ ବୁବୁ ସାହୁ, ଦୁଖିଆ ବାରିକ,ବିବେକାନନ୍ଦ ମହାନ୍ତ, ଧନୁର୍ଯ୍ୟୟ ମହାନ୍ତ, କେନ୍ଦୁଝର ରାଣୀ ସୁନନ୍ଦୀନି ଭଞ୍ଜ ଦେଓ, ଗୋପ ରାମ,କେନ୍ଦ୍ର ମନ୍ତ୍ରୀ ପାୱବନ ସିଂହ କୁଳସ୍ତେ ସମେତ ଜିଲ୍ଲା ବିଜେପି ଉଚ୍ଚ ପଦସ୍ଥ କର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ ମାରାଥନ ପ୍ରଚାର, ବାଇକ୍ ରାଲି ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । 

ରାଲିରେ ହଜାର ହଜାର ଯୁବ ବିଜେପି କର୍ମକର୍ତ୍ତା ସାମିଲ ହୋଇ ଜୟ ନରେନ୍ଦ୍ର ମୋଦୀ, ମୋଦୀ ଗ୍ୟାରେଣ୍ଟି, ଡବଲ ଇଞ୍ଜିନ ସରକାର, ଜିନ୍ଦାବାଦ ବିଜେପି, ଜୟ ମୋହନ ମାଝୀ, ଜୟ ଅନନ୍ତ ନାୟକ ନାରା ପକେଇ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ ବିଷୟରେ ପ୍ରତ୍ୟେକ ପଞ୍ଚାୟତରେ ଲୋକଙ୍କୁ ଜଣାଇଛନ୍ତି । ସରପଞ୍ଚ ରମେଶ ମୁଣ୍ଡାଠାରୁ ଆରମ୍ଭ କରି ବିଜେପିର ଉଚ୍ଚ ପଦସ୍ଥ ପଦାଧିକାରୀ ଅଂଶଗ୍ରହଣ କରି ସଦର ନିର୍ବାଚନଣ୍ଡଳୀର ବିଧାୟକ ପ୍ରାର୍ଥୀ ମୋହନ ମାଝୀଙ୍କୁ ନେଇ ମେଗା ରାଲି ମଧ୍ୟମରେ ପ୍ରତି ସାହିକୁ ସାହି ବୁଲି ଭୋଟରଙ୍କୁ ସାକ୍ଷାତ କରି ମତ ଦାନ ଲୋଡ଼ିଛନ୍ତି । ମହାଦେଇଯୋଡ଼ା ପଞ୍ଚାୟତରେ କୃଷ୍ଣ ଗୁରୁ ପକ୍ଷରୁ ବିଧାୟକ ପ୍ରାର୍ଥୀ ମୋହନ ମାଝୀଙ୍କୁ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ସହିତ ବେଦ ବାଦ୍ୟ ଯନ୍ତ୍ର ତାଳେ ତାଳେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି କୃଷ୍ଣ ଗୁରୁ କମିଟି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.