ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରାଜଧାନୀରେ ବ୍ଲାକ୍ କାର୍ ଆତଙ୍କ: ବିକଟାଳ ଶବ୍ଦ ସହ ୧୫ ମିନିଟ୍‌ର ଜନପଥରେ କଲା ଉତ୍ପାତ

ଭୁବନେଶ୍ୱର,୧୨/୦୮: ରବିବାର ରାତି  ପ୍ରାୟ ସାଢ଼େ ୧୦ଟା । ରାଜମହଲରୁ ଶିଶୁଭବନ ରାସ୍ତା ପ୍ରାୟତଃ ଫାଙ୍କା । ରାସ୍ତାରେ କାଁ ଭାଁ ବାଇକ୍‌, କାର୍‌ ଯାଉଥିଲା । ବାପୁଜୀନଗର ପାଶ୍ୱର୍ ପ୍ରାୟ ସବୁ ଦୋକାନରେ ତାଲା ପଡିଲାଣି । ହଠାତ୍‌ ଏକ କଳା କାର୍‌ ଦ୍ରୁତଗତିରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଶିଶୁ  ଭବନ ଆଡ଼େ ମାଡି ଚାଲିଲା । କାର୍‌ ସାଇଲେନ୍ସରରୁ ବିକଟାଳ ଶଦ୍ଦ ବାହାରୁଥାଏ । ମଝିରେ ମଝିରେ ଉଚ୍ଚ ଶବ୍ଦସମ୍ପନ୍ନ ହର୍ଣ୍ଣ ମାରୁଥାଏ ଚାଳକଜଣକ । କଳା  କାର୍‌ ସାମ୍ନାରେ ଯେଉଁ ଗାଡି ଯାଉଥିଲା, ଦୁର୍ଘଟଣା  ଆଶଙ୍କାରେ ଆପେ ରାସ୍ତାକଡ଼କୁ ପଳାଉଥିଲା ।  

ଶିଶୁଭବନ ଟ୍ରାଫିକ୍‌ରେ ଘୁରି ପୁଣି ରାଜମହଲ  ଆଡ଼େ ମୁହାଁଇଲା କାର୍‌ । ସମାନ ଗତିରେ ରାଜମହଲ  ଓଭରବ୍ରିଜ ଯାଏଁ ମାଡ଼ିଗଲା । ସେଠାରୁ ପୁଣି  ଶିଶୁଭବନ ଆଡ଼େ ମାଡ଼ି ଯାଇ ଏଥର କ୍ୟାପିଟାଲ  ହସ୍ପିଟାଲ ଆଡ଼େ ମୁହାଁଇଲା କାର୍‌ । ସେଠାରୁ ଫେରି  ପୁଣି ରାଜମହଲ ଦେଇ ମାଷ୍ଟରକ୍ୟାଣ୍ଟିନ ଆଡ଼େ  ପଳାଇଲା । ଏହି ପ୍ରଶସ୍ତ ଓ ନିଛାଟିଆ ରାସ୍ତାରେ  କାରର ଗତି ଆଦୌ କମୁନଥିଲା ବରଂ ବଢ଼ୁଥିଲା ।  ମିଟର କଣ୍ଟା ୮୦ରୁ ୧୦୦ ଛୁଉଁଥିଲା ।  

କଳା କାର୍‌ଟି ପ୍ରାୟ ୧୫ ମିନିଟ୍‌ ଧରି  ଜନପଥ ଓ ଶିଶୁଭବନ-କ୍ୟାପିଟାଲ ହସ୍ପିଟାଲ  ରାସ୍ତାରେ ଆତଙ୍କ ଖେଳାଇ ଚାଲିଲା । ରାସ୍ତାରେ ଯାଉଥିବା ଯାତ୍ରୀ ଓ ପଥଚାରୀ ସଭିଏଁ ଆତଙ୍କିତ  ହୋଇପଡିଥିଲେ । ଦୁଃଖର କଥା, ଥରଟିଏ ବି  ପିସିଆର କି ପୁଲିସ ଭ୍ୟାନର ଦେଖା ମିଳିଲାନି ।  ଏଭଳି ବିପଜ୍ଜନକ କାର ଚାଳନାରୁ ଲାଗୁଥିଲା,  ଯେମିତି କାର ଚାଳକଜଣକ ହୋସ୍‌ରେ ନାହିଁ ।  ନାକେ ଯାଏଁ ପିଇକି ଗାଡି ଚଳାଉଛି । 

ରାଜଧାନୀର ଜନଗହଳି ରାସ୍ତାରେ ଏପରି ଘଟଣା  ପ୍ରଥମ ଥର ନୁହେଁ । ଅଧିକାଂଶ ରାତିରେ ଏମିତି ବାଇକ୍‌ ଓ କାର ଚାଳକଙ୍କ ଔଦ୍ଧତ୍ୟ ସହିବାର  ସବୁ ସୀମା ଟପୁଛି । ବେଳେବେଳେ ରାତି ବଢ଼ିବା  ସହ ଚାଳକଙ୍କ ଏଭଳି ବିପଜ୍ଜନକ ଗାଡି ଚାଳନାର  ପ୍ରତିଯୋଗିତା ଲାଗୁଛି । କିଛିଦିନ ତଳେ ଏଜି ଛକ  ଟ୍ରାଫିକରୁ ରାଜଭବନ ଆଡ଼କୁ ଏକ ଧଳାରଙ୍ଗର  ଦାମୀ କାର୍‌ ମୁହାଁଇବା ବେଳେ ଅନ୍ୟ ଏକ କାର୍‌କୁ  ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ  ଛୋଟ କାର୍‌ଟି ଭାଙ୍ଗିରୁଜି ଯାଇଥିଲା । ସମ୍ପୃକ୍ତ କାର୍‌  ଚାଳକ ମଧ୍ୟ ଆହତ ହୋଇଥିଲେ ।  

ରାତି ଅଧରେ ମଦ୍ୟପ ଚାଳକ ଉପରେ  କଠୋର କାର୍ଯ୍ୟାନୁଷ୍ଠାନ ନେଉଛି କମିଶନରେଟ୍‌  ପୁଲିସ । କାହାରିକୁ ଛାଡୁନି । ମଦ୍ୟପ ଚାଳକଙ୍କୁ ଗିରଫ କରୁଛି । ମାଳ ମାଳ ଦାମୀ କାର୍‌ ଜବତ ବି  କରୁଛି । ରାଜମହଲ ଛକରେ ଦିନତମାମ ଟ୍ରାଫିକ୍‌  ଯାଞ୍ଚ ଜୋର୍‌ଦାର ଚାଲୁଛି । ବିନା ହେଲ୍‌ମେଟଧାରୀ  ଓ ବିପରୀତ ଦିଗରେ ନେଉଥିବା ଗାଡି଼ ଚାଳକଙ୍କୁ  ଗୋଡ଼ାଇ ଧରୁଛି ପୁଲିସ । ରାତି ୯ଟା ପରେ  ଟ୍ରାଫିକ୍‌ ପୁଲିସର ଯାଞ୍ଚ ସରିବା ପରେ ଅମାନିଆଙ୍କ  ମନମାନି ଆରମ୍ଭ ହୋଇଯାଉଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.