ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଟେଲିକମ୍‌ କମ୍ପାନିଙ୍କୁ ସରକାରଙ୍କ କଡ଼ା ନିର୍ଦ୍ଦେଶ: ଫେକ୍‌ ବିଦେଶୀ କଲ୍‌ ବ୍ଲକ କର, ପ୍ରତିରୋଧି ବ୍ୟବସ୍ଥା ଆଣ..

ନୂଆଦିଲ୍ଲୀ,୨୭/୦୫: ବିଦେଶୀରୁ ଆସୁଥିବା ଫେକ୍‌ କଲ୍‌ ଦ୍ୱାରା ଲୋକମାନେ ହଇରାଣ ହେଉଛନ୍ତି । ଟେଲିକମ ୟୁଜରଙ୍କୁ ଠକେଇ କରିବା ଲକ୍ଷ୍ୟରେ ଏଭଳି କଲ୍‌ ଆସିଥାଏ । ଏଭଳି କଲ୍‌ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏସବୁ କଲ୍‌ ଗୁଡିକୁ ବ୍ଲକ  କରିବାକୁ ଟେଲିକମ କମ୍ପାନିଙ୍କୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି । ଭାରତୀୟ ଗ୍ରାହକଙ୍କ ନିକଟରେ ଏଭଳି କଲ୍‌ ଯେଭଳି ନ ପହଞ୍ଚିବ ସେ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କମ୍ପାନିଙ୍କୁ କୁହାଯାଇଛି । 

ଏହି ଧାରାରେ କମ୍ପାନି କଲ୍‌ର ଚିହ୍ନଟ କରିବେ ।  ଏହାକୁ ତ୍ୱରିତ ଭିତ୍ତିରେ ବ୍ଲକ ମଧ୍ୟ କରିବେ । ଏହି କଲ୍‌ ଗୁଡିକୁ ଚିହ୍ନଟ କରିବାକୁ ଏକ ସିଷ୍ଟମ ବିକଶିତ କରିବାକୁ ମଧ୍ୟ ଟେଲିକମ୍‌ କମ୍ପାନିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିବୃତ୍ତିରେ କେନ୍ଦ୍ର ଯୋଗାଯୋଗ  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଦେଶରୁ  ଆସୁଥିବା ଏହି କଲ୍‌ ଗୁଡିକ ବିଶେଷ କରି ସାଇବର  କ୍ରାଇମ ଏବଂ ଆର୍ଥିକ ଠକେଇ ସହ ଜଡିତ । 

କଲିଂ ଲାଇନ ଆଇଡେଣ୍ଟିଟି (ସିଏଲ୍‌ଆଇ)  ବ୍ୟବହାର ଦ୍ୱାରା ଏଭଳି କଲ୍‌ କରାଯାଉଛି । ଏଭଳି କଲ୍‌ ସବୁ ବିଦେଶରୁ ଆସୁଥିଲେ ମଧ୍ୟ ଦେଶର କୌଣସି କଲ୍‌ ଭାବେ ୟୁଜରଙ୍କୁ ଜଣାପଡୁଛି ।  ଏଭଳି ଟେକ୍ନୋଲୋଜି ଫାଇଦା ନେଇ ସାଇବର  ଅପରାଧି ମାନେ ବେଶ ସକ୍ରିୟ ହେବା ସହ  ଲୋକଙ୍କୁ ବିଭିନ୍ନ ସମୟରେ ଠକେଇ କରୁଛନ୍ତି ।  ବହୁ କୋଟି ଟଙ୍କାର ସାଇବର ଅପରାଧ ସାମ୍ନାକୁ  ଆସୁଛି । ଏମିତିକି ଏମାନେ ଆକାଉଣ୍ଟ ପୋଛି  ଦେଉଛନ୍ତି । ଜାଲ୍‌ ଡିଜିଟାଲ ଆସେଟ, ଫେଡଏକ୍ସ  ସ୍କାମ, କୋରିୟରରେ ଔଷଧ, ନାର୍କୋଟିକ୍ସ,  ପୋଲିସ ଏବଂ ସରକାରୀ ଅଧିକାରୀଙ୍କ ଛଦ୍ମ  ନାମରେ ଆସୁଛି । ଏମିତିକି ଟେଲିକମ ବିଭାଗ  ଓ ଟ୍ରାଇ ନାମ ବ୍ୟବହାର କରି ଏହି ଅପରାଧି  ମାନେ ଲୋକଙ୍କୁ କଲ୍‌ କରୁଛନ୍ତି । ମୋବାଇଲ ନମ୍ବର କାଟି ଦେବାକୁ ଲୋକଙ୍କୁ ଧମକ ଦେଉଛନ୍ତି ।  

ଭାରତୀୟ ଲ୍ୟାଣ୍ଡ ଲାଇନରୁ ଏଭଳି କଲ୍‌  ଆସୁଥିଲେ ଏହାକୁ ବ୍ଲକ କରିବାକୁ ପୂର୍ବରୁ  ଟେଲିକମ୍‌ କମ୍ପାନିଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏବେ ବିଦେଶରୁ ଆସୁଥିବା ଏଭଳି  କଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଟେଲିକମ ୟୁଜରଙ୍କ ନିରାପତ୍ତା ଏବଂ ସୁରକ୍ଷାକୁ  ନଜରରେ ରଖି ଟେଲିକମ୍‌ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । 

ଏ ଦିଗରେ ସଞ୍ଚାର ସାଥୀ ପୋର୍ଟାଲ ମଧ୍ୟ ଆସିଛି । ତେବେ ସରକାରଙ୍କ ପଦକ୍ଷେପ ପରେ ମଧ୍ୟ ସାଇବର ଅପରାଧି ମାନେ ବେଶ ସକ୍ରିୟ ହୋଇପଡିଛନ୍ତି ।ସନ୍ଧିଗ୍ଧ କଲ୍‌ଗୁଡିକ ସଞ୍ଚାର ସାଥୀ ପୋର୍ଟାଲରେ ଥିବା ଚାକ୍‌ସୁ ସୁବିଧା ଦ୍ୱାରା ରିପୋର୍ଟ ମାରିବାକୁ ସରକାର କହିଛନ୍ତି । 

ସେହିଭଳି ଠକେଇ କରିବା ଲାଗି ଠକମାନେ ନୂଆ ଉପାୟ ଭାବେ ଡିଜିଟାଲ ଗୃହବନ୍ଦୀ (ହାଉସ  ଆରେଷ୍ଟ)କୁ ବ୍ୟବହାର କରୁଛନ୍ତି । ଭାରତୀୟ  ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ରିପୋର୍ଟରୁ  ଜଣାପଡିଛି କି କେବଳ୨୦୨୩ରେ ଦେଶରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଛି । ଡିଜିଟାଲ ଗୃହବନ୍ଦୀରେ ନକଲି ଥାନା  ଓ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏବଂ  ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଫିସରଙ୍କ ଭଳି ପୋଷାକ ପରିଧାନ ଆଦି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । 

ଗତ ୧୦ ବର୍ଷରେ ୬୫,୦୧୭  ସାଇବର ଠକେଇ ସୂଚୀତ କରାଯାଇଛି । ଏହି ଠକେଇ ଯୋଗୁ ମୋଟ ୪.୬୯ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି। ସବୁଠାରୁ ଅଧିକ ସାଇବର ଠକେଇ ହେଉଥିବା ୧୦ ଦେଶ ତାଲିକାରେ ଭାରତ ରହିଛି । ସର୍ବାଧିକ ମାମଲା ରୁଷରେ  ରହିଥିଲା ବେଳେ ଏହା ତଳକୁ ୟୁକ୍ରେନ, ଚୀନ, ଆମେରିକା, ନାଇଜେରିଆ, ରୋମାନିଆ, ଉତ୍ତର କୋରିଆ, ବ୍ରିଟେନ, ବ୍ରାଜିଲ ଓ ଭାରତ ରହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.