ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନେତନ୍ୟାହୁଙ୍କ ସେନାର ରକ୍ତାକ୍ତ ଅଭିଯାନ : ଲେବାନନ ଉପରେ ଖେଳାଇଲା ଆତଙ୍କ, ହିଜବୁଲ୍ଲା କମାଣ୍ଡର ନିହତ

ନୂଆଦିଲ୍ଲୀ- ଇସ୍ରାଏଲର ଉତ୍ତର ସୀମାରେ ଇରାନର ଆତଙ୍କୀ ସଙ୍ଗଠନ ହିଜବୁଲ୍ଲା ସହ ବେଞ୍ଜାମିନ ନେତନ୍ୟାହୁଙ୍କ ସେନାର ରକ୍ତାକ୍ତ ଲଢେଇ ଚାଲିଛି। ଉଭୟଙ୍କ ମଧ୍ୟରେ ଜାରି ସଂଘର୍ଷରେ ଆଉ ଏକ ବଡ଼ ମୋଡ ଆସିଛି। ଇସ୍ରାଏଲ ଦ୍ୱାରା କରାଯାଇ ଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ହିଜବୁଲ୍ଲାର ଜଣେ ମୁଖ୍ୟ ରକେଟ୍‌ ଡିଭିଜନ କମାଣ୍ଡର ଇବ୍ରାହିମ୍‌ କୁବୈସିଙ୍କ ମୃତ୍ୟୁ ହୋଇଛି। 

ଲେବାନନର ସୁରକ୍ଷା ସୂତ୍ରାନୁସାରେ , ଏହି ହମଲାରେ ମୋଟ ୬ଜଣ ଲୋକଙ୍କ ଜୀବନ ଯାଇଛି ,ଯେଉଁଥିରେ ଇବ୍ରାହିମ୍‌ କୁବୈସି ମଧ୍ୟ ସାମିଲ ଥିଲେ। ଏହି ହମଲା ବେରୁଟର ଦକ୍ଷିଣ ଉପନଗରରେ ହୋଇଛି। ଯେଉଁଠି ହିଜବୁଲ୍ଲାର ପ୍ରଭାବ ଅଧିକ ରହିଛି। 

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ମଙ୍ଗଳବାର ଲେବାନନରେ ଶିୟା ସଂପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ହିଜବୁଲ୍ଲାର ଅନେକ ଠିକଣା ଉପରେ ଟାର୍ଗେଟ୍‌ କରି, ହମଲା ଆରମ୍ଭ କରିବାକୁ ଘୋଷଣା କରିଛି। ଏହି ବିଷୟରେ ଦର୍ଶାଇ ଆଇଡିଏଫ୍‌ ଟେଲିଗ୍ରାମ୍‌ରେ ଲେଖିଛି, ଆଇଡିଏଫ୍ ବର୍ତ୍ତମାନରେ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଙ୍ଗଠନ ସହ ସମ୍ୱନ୍ଧିତ ଆତଙ୍କୀ ଠିକଣା ଉପରେ ହମଲା କରୁଛି। 

ସେପଟେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଏବେସୁଦ୍ଧା ୫୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି, ଏଥିରେ ୫୦ ଜଣ ପିଲା ଓ ୯୪ ଜଣ ମହିଳା ଅଛନ୍ତି। ଏହା ବ୍ୟତୀତ ୧,୮୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଲୋକ ସୁରକ୍ଷିତ ସ୍ଥାନ ତଲାସରେ ପଳାୟନ କରି ସାରିଛନ୍ତି।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.