ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଭୋକର ଭୂଗୋଳ ବୁଝୁନି ବିଏମ୍‌ସି: ଷଣ୍ଢ ପାଇଁ ୨୦୦, ମଣିଷକୁ ୪୬ ଟଙ୍କା...

ଭୁବନେଶ୍ୱର,୦୧/୦୭: ଭୁବନେଶ୍ୱର  ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)ର  ଏ ହେଉଛି ଦୁଇଟି ଚିତ୍ର । ପ୍ରଥମଟି ସେଲଟର  ହାଉସରେ ରହୁଥିବା ନିରାଶ୍ରିତଙ୍କର ଆଉ ଦ୍ୱିତୀୟଟି  ହେଲା ଗୋଶାଳାରେ ରହୁଥିବା ବୁଲା ଷଣ୍ଢଙ୍କର ।  କେଉଁଠି ମେଞ୍ଚାଏ ତ ଆଉ କେଉଁଠି କେଞ୍ଚାଏ । ଯାହା  ଫଳରେ ବିତସ୍ପୃହ ନିରାଶ୍ରିତ ସେଲ୍ଟର ହାଉସରୁ  ମୁହଁ ଫେରାଇବାକୁ ବାଧ୍ୟ ହୋଇ ରାସ୍ତା କଡ଼ରେ  ଭିକ ମାଗିବାକୁ ଶ୍ରେୟ ମଣୁଛନ୍ତି ।  

ବିଏମ୍‌ସି ପକ୍ଷରୁ ବର୍ତ୍ତମାନ ୭ଟି ସେଲଟର  ହାଉସ ରହଛି । ଯେଉଁଥିରେ ପ୍ରାୟ ୩୦୦ରୁ ଅଧିକ  ନିରାଶ୍ରୟ ଆଶ୍ରୟ ନେଛନ୍ତି । ବିଏମ୍‌ସି ସେମାନଙ୍କୁ  ମୁଣ୍ଡ ଉପରେ ଛାତ ଯୋଗାଇ ଦେଇଛି ସତ, କିନ୍ତୁ  ଭୋକର ଭୂଗୋଳ ବୁଝିବା ଅବୁଝା ରହିଯାଇଛି ।  ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତିଦିନ  ମିଲ୍‌ ପିଛା ସେମାନଙ୍କ ପାଇଁ ୨୩ ଟଙ୍କା ଖର୍ଚ୍ଚ  ହେଉଛି । ଦୁଇ ଓଳା ମିଶିଲେ ଏହି ଦର ୪୬  ଟଙ୍କା । ଜଣେ ବରିଷ୍ଠ ନାଗରିକ ଏତେ କମ୍‌  ପଇସାରେ ଖାଇବା କଷ୍ଟସାଧ୍ୟ । ସେପଟେ ଦେହ  ଖରାପ ହେଲେ ବିଏମ୍‌ସିର ଗାଡିକୁ ଅପେକ୍ଷା କରିବାକୁ ପଡୁଛି । ପାଳି ପଡ଼ିଲେ କ୍ୟାପିଟାଲ  ହସ୍ପିଟାଲ ନେବାକୁ ପଡୁଛି । ସେଥିରେ ପୁଣି ଘଣ୍ଟା  ଘଣ୍ଟା ଲାଇନ୍‌ ଠିଆ ହେଉଛନ୍ତି । 

ଅପରପକ୍ଷେ ବିଏମ୍‌ସିରେ ଗୋଶାଳରେ ବୁଲା  ଗୋରୁ ରଖିବାକୁ ବ୍ୟବସ୍ଥା ହୋଇଛି । ଜାମୁକୋଳି ଓ  ଇନ୍‌ଫୋସିଟି-୨ ନିକଟରେ ବିଏମ୍‌ସି ବୁଲା ଗୋରୁ  ରଖିଛି । ପ୍ରତି ବୁଲା ଷଣ୍ଢ ପିଛା ଦିନକୁ ୨୦୦ ଟଙ୍କା  ଖର୍ଚ୍ଚ ହେଉଛି । ବର୍ତ୍ତମାନ ୭୦୦ରୁ ଅଧିକ ଗୋରୁ  ରହିଛନ୍ତି । ଔଷଧ ଡାକ୍ତର ନିଯୁକ୍ତି ପରେ ବି  ଶତାଧିକ ଗୋରୁ ମରୁଛନ୍ତି ।  

ଆଜିର ମହଙ୍ଗା ଯୁଗରେ ମାତ୍ର ୨୩ ଟଙ୍କାରେ  ଖାଇବା । ସେଥିରେ ପୁଣି ଦାୟିତ୍ୱ ନେଇଥିବା ସଂସ୍ଥା ଅଧା  ପଇସା ବାଟମାରଣା କରୁଥିବା ଅଭିଯୋଗ । ଖାଇବା  ପିଇବା ଠିକ ଠିକଣା ନଥିବାରୁ ବର୍ତ୍ତମାନ ଶହ ଶହ  ନିରାଶ୍ରୟ ବାଧ୍ୟ ହୋଇ ସେଲଟର ହାଉସ୍‌ ଛାଡୁଛନ୍ତି ।  କେବଳ 

ବିଏମ୍‌ସିରେ ନୁହେଁ, ଗୃହ ଓ ନଗର  ଉନ୍ନୟନ ବିଭାଗ ଅଧିନରେ ଥିବା ଅନ୍ୟ ମହାନଗର  ନିଗମ, ମ୍ୟୁନିସପାଲଟି ଓ ପୌରାଞ୍ଚଳରେ ମଧ୍ୟ ସମାନ  ସ୍ଥିତି । ସାଧାରଣ ଲୋକଙ୍କ ଜୀବନ ଗୋରୁଗାଈଙ୍କ ଠାରୁ  ବି ତୁଚ୍ଛ ହୋଇଯାଇଛି । ଯାହାକୁ ନେଇ ଅସନ୍ତୋଷ  ବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ସେପଟେ ବିଏମ୍‌ସିର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲୋକଙ୍କୁ ଉନ୍ନତ  ମାନର ସେବା ମିଳୁଛି । ହସ୍ପିଟାଲ ସୁବିଧା ଠାରୁ ଆରମ୍ଭ କରି ଖାଇବା ଖର୍ଚ୍ଚ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.