ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଔଷଧ ଦୋକାନରେ ପଶିଲା ବାରହା, ଉଦ୍ଧାର କଲା ବନ ବିଭାଗ

କେନ୍ଦୁଝର, ୧୬/୪ : ଔଷଧ ଦୋକାନରେ ପଶିଲା ବାରହା। କେନ୍ଦୁଝର ସହରର ଜିଲ୍ଲା ଜଜ କୋର୍ଟ ନିକଟସ୍ଥ ଆପୋଲ ଫାର୍ମା ଔଷଧ ଦୋକାନରେ ଏକ ଆହତ ବାରହା ପଶି ଯାଇଥିଲା। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବାରହାକୁ ଉଦ୍ଧାର କରି ଚିକିତ୍ସା କରିଛି। ବାରହା ସୁସ୍ଥ ହେବା ପରେ ଏହାକୁ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ଡିଏଫଓ।

ସୂଚନାନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ସାଢେ ୯ଟାରେ କେନ୍ଦୁଝର ସହରରେ ଥିବା ଆପୋଲ ଫାର୍ମା ଔଷଧ ଦୋକାନକୁ ଏକ ଆହତ ବାରହା ପଶି ଆସିଥିଲା। ଦୋକାନୀ ଭୟରେ ବାହାରକୁ ଚାଲି ଆସି କବାଟ ବନ୍ଦ କରିଦେଇଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କ୍ଵିକ୍ ରେସପନ୍ସ ଟିମ୍ ଜନ୍ତା ସହିତ ସେଠାରେ ପଶି ବାରାହାକୁ ଉଦ୍ଧାର କରିଥିଲେ। ବାରହାଟିର ଥୋଡ଼ିରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି। ଉଦ୍ଧାର ବାରହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଦୁଇ ତିନି ଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି କହିଛନ୍ତି। ବାରହାଟି ନରଣପୁର ଜଙ୍ଗଲରୁ ରାତିରେ ଚାଲିଆସି ଜଙ୍ଗଲକୁ ଫେରି ପାରିନଥିବା ଡିଏଫଓ କହିଛନ୍ତି।














  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.