ନୂଆଦିଲ୍ଲୀ : ସାରା ବିଶ୍ୱର ଏୟାରଲାଇନ୍ସକୁ ଜେଟଲାଇନର ସପ୍ଲାଇ କରୁଥିବା ସବୁଠୁ ବଡ଼ ଏୟାରକ୍ରାଫ୍ଟ ମେକର୍ସ କମ୍ପାନୀ ମଧ୍ୟରେ ଗୋଟିଏ, ବୋଇଂ ଏୟାରଲାଇନ କମ୍ପାନୀର ୩୦ ହଜାରରୁ ଅଧିକ କର୍ମଚାରୀ କରିଛନ୍ତି ବିରୋଧ ପ୍ରଦର୍ଶନ। ବେତନ ବୃଦ୍ଧି ଓ ଆହୁରି ଅନେକ ଦାବିକୁ ନେଇ କର୍ମଚାରୀ ବିକ୍ଷୋଭ କରୁଛନ୍ତି। କହି ରଖୁଛୁ କି, ବୋଇଂର ଷ୍ଟାରଲାଇନରରୁ ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନରେ ପହଞ୍ଚି ଥିଲେ। ଷ୍ଟାରଲାଇନରର ଥ୍ରଷ୍ଟରେ ସମସ୍ୟା ଆସିବା କାରଣରୁ ଏହାକୁ ଖାଲିରେ ପୃଥିବୀକୁ ଫେରାଇ ଅଣାଯାଇ ଥିଲା।
ଚଳିତ ବର୍ଷ ବୋଇଂ କମ୍ପାନୀର ୮ ବିଲିୟନ ଡଲାରର କ୍ଷତି ହୋଇଛି। କମ୍ପାନୀ ପୂର୍ବରୁ ହିଁ ୬୦ ବିଲିୟନ ଡଲାରର କରଜ ଓ ଅନେକ ସୁରକ୍ଷା ମାମଲା ଦେଇ ଗତି କରୁଛି। ଏବେ କର୍ମଚାରୀଙ୍କ ଯିବାରେ ସେୟାରରେ ମଧ୍ୟ ଖୁବ୍ ହ୍ରାସ ଦେଖିବାକୁ ମିଳୁଛି। ବୋଇଂର ଷ୍ଟକ୍ ଏହି ଦିନ ପାଖାପାଖି ୪ ପ୍ରତିଶତ ଓ ବର୍ଷରେ ୪୦ ପ୍ରତିଶତର ହ୍ରାସ ସହ ୧୫୭ ଡଲାର ପ୍ରତି ସେୟାରର ହ୍ରାସରେ କମ୍ରେ ବନ୍ଦ ହୋଇଛି। ଯାହାକି ଶୁକ୍ରବାର ଏହି ହ୍ରାସ ୧୫୫.୬୦ ଡଲାରର ପହଞ୍ଚି ଯାଇ ଥିଲା। ନଭେମ୍ୱର ୨୦୨୨ର ୧୪୧.୫୪ ଡଲାର ପର ଠାରୁ ଏହା ସବୁଠୁ ନିମ୍ନ ସ୍ତରରେ ରହିଛି। କର୍ମଚାରୀଙ୍କ ଦୀର୍ଘ ସମୟର ବିକ୍ଷୋଭରେ କମ୍ପାନୀର କ୍ରେଡିଟ୍ ସ୍ଥିତିରେ ସମ୍ଭାବିତ ହ୍ରାସର ଚେତାବନୀ ଦେଇଛି ଫିଚ୍ ରେଟିଂସ।
ଏହା ପୂର୍ବରୁ , ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ୍ ମଶିନିଷ୍ଟସ ଆଣ୍ଡ ଏୟରୋସ୍ପେସ୍ ୱାର୍କର୍ସ (ଆଇଏଏମ) ୟୁନିୟନ ସହ ଜଡ଼ିତ ବୋଇଂର ୯୫ ପ୍ରତିଶତ କର୍ମଚାରୀ ବିକ୍ଷୋଭ କରିବା ଏବଂ ୪୦ ପ୍ରତିଶତ ବେତନ ବୃଦ୍ଧିର ଦାବି କରିବା ପାଇଁ ମତଦାନ କରିଥିଲେ, ଯାହାର ମ୍ୟାନେଜମେଣ୍ଟ ବିରୋଧ କରିଛି। ବାଇଡେନ ପ୍ରଶାସନ କହିଛନ୍ତି କି ସେ ଉଭୟ ପକ୍ଷକୁ ଏକ ଏଗ୍ରିମେଣ୍ଟ କରିବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୧୬ ବର୍ଷରେ ପ୍ରଥମ ଥର ଯେବେ ବୋଇଂରେ ଏତେ ବଡ଼ ବିକ୍ଷୋଭ ଜାରି ରହିଛି। ଏକ୍ସପର୍ଟଙ୍କ ଅନୁସାରେ ,ଏହି ସ୍ଥିତିରେ ଜେଟଲାଇନର୍ସର ହ୍ରାସ ଘଟିପାରେ। ଏହା ବ୍ୟତୀତ ଏୟାରଲାଇନ୍ସ ପୁରୁଣା ବିମାନ ରଖିବାକୁ ବାଧ୍ୟ ହେବ ଏବଂ ତାକୁ ଭଡ଼ା ମଧ୍ୟ ବୃଦ୍ଧି କରାଇବାକୁ ପଡ଼ିପାରେ। ଏହା ପୂର୍ବରୁ ବୋଇଂରେ ୨୦୦୮ରେ ବିକ୍ଷୋଭ ହୋଇଥିଲା। ବୈଶ୍ୱିକ ଉଡ଼ାଣ ସେବା ପାଇଁ ବୋଇଂ ଏକ ପ୍ରମୁଖ କମ୍ପାନୀ। ଏହି ବିକ୍ଷୋଭର ପ୍ରଭାବ ଉତ୍ପାଦନ ଓ ସପ୍ଲାଇ ଉପରେ ପଡ଼ିପାରେ। ଏକ୍ସପର୍ଟଙ୍କ ଅନୁସାରେ , ବୋଇଂରେ ପ୍ରଡକ୍ସନରେ ହ୍ରାସ ଆସିବାର କାରଣରୁ ଯେଉଁ ଏୟାରଲାଇନ୍ସକୁ ଏୟାରବସ ଦିଆ ଯାଇଛି, ଏହାର ମେଣ୍ଟେନାନ୍ସରେ ମଧ୍ୟ ସମସ୍ୟା ଆସୁଛି।