ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋଲେରୋକୁ ସାମ୍ନା ପଟୁ ପିଟିଲା ହାଇଓ୍ୱା : ଜଣେ ମୃତ, ୧୦ ଗୁରୁତର

ଭଦ୍ରକ ୧୧/୦୨ : ବାଲେଶ୍ୱର ଆରଡ଼ି ଛକ ନିକଟରେ ବୋଲେରୋକୁ ପିଟିଲା ହାଇଓ୍ୱା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ,  ପୁରୀରୁ ଫେରିବା ସମୟରେ ବାଲେଶ୍ବର ଆରଡି ଛକ ନିକଟରେ ବୋଲୋରୋକୁ  ସାମ୍ନା ପଟୁ ପିଟିଲା ହାଇଓ୍ୱା । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ହାଇଓ୍ୱା ଗାଡି ଫେରାର ହୋଇଯାଇଥିଲା ।  ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଗୁରୁତର ହୋଇଥିଲେ । ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଯାତ୍ରୀ ଗୁରୁତର ରହିଛି । ଗୁରୁତରଙ୍କ ମଧ୍ୟରୁ କିଛିଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛଡାଯାଇଛି । ବାକି ଅନ୍ୟ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.