ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ, ପରିକ୍ରମା ମାର୍ଗ ଦେଖି କଲେ ଉଚ୍ଚ ପ୍ରଶଂସା

ପୁରୀ, ୨୮/୦୩ : ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ସେଶାଦ୍ରି। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି। ଗତ ୩୦ ବର୍ଷ ତଳେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ଆଜି ପୁଣି ମହାପ୍ରଭୁଙ୍କ ଡାକରା ମିଳିବାରୁ ସେ ପୁରୀ ଆସିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି। 

ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ସେଶାଦ୍ରି ପୁରୀ ଆସିବା ପୂର୍ବରୁ କୋଣାର୍କ ମନ୍ଦିର ଓ ଭୁବନେଶ୍ଵରର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ବେଶ୍ ସାଧାସିଧା। ଯାହାକି ତାଙ୍କୁ ବେଶ ଭଲ ଲାଗେ। ମହାପ୍ରଭୁ ତାଙ୍କ ଜୀବନକୁ ସଫଳ କରନ୍ତୁ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି। ସେହିପରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖି ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ୮୦ ଓ ୯୦ ଦଶକର ପ୍ରମୁଖ ଅଭିନେତ୍ରୀ ଥିଲେ ମିନାକ୍ଷୀ। ସେ ବହୁତ୍ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.