ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ହଜାର ଟଙ୍କା ନେଇ ଆସିଥିଲେ ଭାରତ ଏହି ଅଭିନେତ୍ରୀ, ଆଜି ଡ୍ୟାନ୍ସ ବଳରେ ହୋଇଗଲେ କୋଟିପତି

ନୂଆଦିଲ୍ଲୀ, ୫/୨ :  ଖାଲି ଅଭିୟନରେ ନୁହେଁ ବରଂ ଡ୍ୟାନ୍ସରେ ମାହିର ଅଛନ୍ତି ଅଭିନେତ୍ରୀ ।

ଯଦି ଆପଣ ଉପରେ ଥିବା ଫଟୋରେ ଅଭିନେତ୍ରୀଙ୍କୁ ଚିହ୍ନିପାରୁଛନ୍ତି ତ ଆମେ କଥା ହେଉଛେ ବଲିଉଡ଼ର ‘ଦିଲବର ଗର୍ଲ’ ନୋରା ଫତେହୀ ଅଟନ୍ତି । ଯିଏ ସାତ ସମୁଦ୍ର ପାରିରୁ ଆସି ଇଣ୍ଡଷ୍ଟ୍ରିରେ ବହୁ ସଂଘର୍ଷ ପରେ ନିଜ ପରିଚୟ କରିଛନ୍ତି । ଆଜି ଅଭିନେତ୍ରୀଙ୍କ ଜନ୍ମଦିନ‌ରେ ଆମେ ଆପଣଙ୍କୁ ତାଙ୍କ ଜୀବନର ସେହି ଘଟଣା ସହ ପରିଚିତ କରାଇବୁ ଯାହା ଆପଣ ପ୍ରଥମରୁ କେବେ ଶୁଣି ନ ଥିବେ ।

ବହୁତ କମ୍ ଲୋକ ଜାଣିଛନ୍ତି କି ଆଜି ଏକ କୋଟିପତିର ଜୀବନ ବିତାଉଥିବା ନୋରା ଫତେହୀ କେବେ କେବଳ ୫ହଜାର ଟଙ୍କା ନେଇ ଭାରତରେ ଷ୍ଟାର ହେବାକୁ ଆସିଥିଲେ । ଇଣ୍ଡିଆ ଆସି ନୋରାଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା ।

ନୋରା ଷ୍ଟ୍ରଗଲିଂ ଦିନ‌ରେ ଚଳିବା ଲାଗି ପ୍ରଥମେ ଏକ କଫି ଶପରେ କାମ କରୁଥିଲେ ଏବଂ ପରେ ଟେଲିକଲରର ବି ଚାକିରୀ କରୁଥିଲେ । ଖାଲି ଏତିକି ନୁହେଁ ଅଭିନେତ୍ରୀଙ୍କ ଜୀବନରେ ଏକ ସମୟ ଏଭଳି ଥିଲା କି ଯେତେବେଳେ ସେ ଲଟେରୀରେ ଟିକେଟ ବିକୁଥିଲେ ।

ପରେ ଗୋଟିଏ ଦିନ ନୋରାଙ୍କୁ ଫିଲ୍ମ ‘ରୋର : ଟାଇଗର ଅଫ ଦ ସୁନ୍ଦରବନ’ରେ କାମ କରିବାର ସୁଯୋଗ ମିଳିଥିଲା ଏବଂ ତାଙ୍କ ଭାଗ୍ୟ ଚମକି ଉଠିଥିଲା । ଫିଲ୍ମରେ ତାଙ୍କ କାମକୁ ବହୁ ପସନ୍ଦ କରିଥିଲେ ଏବଂ ଏଠାରୁ ନୋରାଙ୍କ ଷ୍ଟାର୍ ହେବାର ସ୍ବପ୍ନ ଆରମ୍ଭ ହୋଇଥିଲା ।

ପରେ ସାଉଥ ସିନେମାରେ ନିଜ ଆକ୍ଟିଂର ଜଲଓ୍ବା ଦେଖାଇବା ପରେ ନୋରା ‘ବିଗ୍ ବସ ୯’ରେ ଭାଗ ନେଇଥିଲେ। ଏହି ଶୋରେ ନୋରା ଏଭଳି ଝଟକା ଦେଖାଇଥିଲେ କି ସେ ରାତାରାତି ଷ୍ଟାର ହୋଇଗଲେ । ଏହାପରେ ନୋରା ‘ଝଲକ ଦିଖଲା ଜା’ରେ ନିଜ ଡ୍ୟାନ୍ସରେ ପୂରା ବିଶ୍ବକୁ ଦିଓ୍ବାନା କରିନେଇଥିଲେ ।

ଏହି ଶୋ ପରେ ନୋରା ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ରେ ‘ଦିଲବର ଦିଲବର’ ଗୀତ କରିଥିଲେ, ଯାହା ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ହୋଇଯାଇଥିଲା। ଏହାପରେ ନୋରା ସଲମାନ ଖାନଙ୍କ ସହ ଫିଲ୍ମ ‘ଭାରତ’ରେ କାମ କରିଥିଲେ । ପରେ ଅଭିନେତ୍ରୀ ‘ବାଟଲା ହାଉସ’ରେ ‘ସାଫି ସାଫି’ ଏବଂ ଫିଲ୍ମ ‘ସ୍ତ୍ରୀ’ରେ ‘କମରିୟା’ରେ ଡ୍ୟାନ୍ସ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

ପ୍ରକାଶ ଯେ,ଏବେ ନୋରା କେତେକ ଥର ବଲିଉଡ଼ର ବଡ଼ ଷ୍ଟାରଙ୍କ ସହ ଡ୍ୟାନ୍ସ ରିୟଲିଟି ସୋ’ରେ ଜଜ୍ କରି ବି ନଜର ଆସି ସାରିଛନ୍ତି । ଅଭିନେତ୍ରୀଙ୍କ ନେଟଓ୍ବର୍ଥର କଥା କହିବା ତ ସୂଚନା ଅନୁଯାୟୀ ୩୯କୋଟି ଟଙ୍କା ଅଟେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.