ସମ୍ୱଲପୁର,୨୬/୦୯: ଭୁବନେଶ୍ବର ପରି ସମ୍ବଲପୁରରେ ରାଜ ରାସ୍ତାରେ ବି ଭାଇଗିରି । କାର୍ ବୋନେଟ ଉପରେ ୨ଜଣ, କାରର ୪ଟି ଡୋରରେ ୪ଜଣ ବସି ପତାକା ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାରେ ଜଣେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ । ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱର ପରେ ଏବେ ସମ୍ବଲପୁର ରାଜରାସ୍ତାରେ ବି ଦେଖିବାକୁ ମିଳିଛି ଅମାନିଆଙ୍କ ଉତ୍ପାତ । ଖୋଦ୍ ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ ଏସପି ଅଫିସ ଓ କାର୍ଯ୍ଯାଳୟରୁ ମାତ୍ର ୨୦୦ ମିଟର ଭିତରେ ଏହି ଘଟଣା ଘଟିଛି । ରାଜରାସ୍ତାରେ କାର ବୋନେଟ ଉପରେ ୨ଜଣ, କାରର ୪ଟି ଡୋରରେ ୪ଜଣ ବସି ପତାକା ଉଡ଼ାଉଥିଲେ ଦୁର୍ବୃତ୍ତ । ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାରେ ଥାନାରେ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଏସପି କହିଛନ୍ତି । ଏହା ସହ ଅନ୍ୟ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହା ସହ ଉକ୍ତ କାରକୁ ମଧ୍ୟ ଜବତ କରାଯାଇଥିବା ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ଅତିଶୀଘ୍ର ଗିରଫ କରିଯିବ ବୋଲି ଏସପି କହିଛନ୍ତି ।