ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବିହାର ପୋଲ ଟ୍ରାଜେଡି : ଖୁବ୍ ଜୋରରେ ଶବ୍ଦ କରି ପୁଣି ଭାଙ୍ଗିଲା ଆଉ ଏକ ପୋଲ

ସିୱାନ – ବିହାରରେ ପୋଲ ଭୁଶୁଡ଼ିବା , ଭାଙ୍ଗିବାର ମାମଲା ଯେମିତି ଥମିବାର ନାଁ ହିଁ ନେଉ ନାହିଁ। ଗତ ଜୁନ୍‌ ୧୮ରେ ଅରରିଆ ଜିଲ୍ଲାରେ  ପୋଲ ଭୁଶୁଡ଼ିବା ଘଟଣାର କିଛି ଦିନ ପରେ ଏହି ଘଟଣା ଘଟିଛି। ଆଜି ( ଶନିବାର) ବିହାରର ସିୱାନରେ ଗଣ୍ଡକ କେନାଲରେ  ତିଆରି ପୋଲ ଖୁବ୍‌ ଜୋରରେ ଶବ୍ଦ କରି ଭୁଶୁଡ଼ି ପଡ଼ିଛି।  

ଭୁଶୁଡ଼ିଲା ନିର୍ମାଣାଧିନ ପୋଲ , ୧୭୦୦କୋଟି ଟଙ୍କାରେ ହେଉଥିଲା ତିଆରି

ମହାରାଜଗଞ୍ଜ ସବ୍‌-ଡିଭିଜନରେ ଥିବା ଏହି ଗୋଟିଏ ପିଲାରର ପୋଲଟି ପାଟେଡା ଓ କନୌଲି ଗାଁକୁ ଯୋଡ଼ୁଛି । ୪୫ ବର୍ଷ ପୂର୍ବେ ନିର୍ମିତ ଉକ୍ତ ପୁରୁଣା ପୋଲଟି ପାଖାପାଖି ସମୟ ସକାଳ ୫ଟାରେ ଭାଙ୍ଗି ଥିଲା।


ପୋଲ ଭାଙ୍ଗିବା ପରେ ଲୋକଙ୍କ ମଧ୍ୟରେ ଖୁବ୍‌ ଉତ୍ତେଜନା ସୃଷ୍ଟି ହୋଇଛି , କାରଣ ଅନେକ ଗାଁ ସହ ଯୋଗାଯୋଗ ଠପ୍‌ ହୋଇ ଯାଇଛି। ପୋଲ ଖସିବାର ଭିଡ଼ିଓ ମଧ୍ୟ ସାମନାକୁ ଆସିଛି, ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଘଟଣାଟି ସିୱାନ ଜିଲ୍ଲାର ଦରୌନ୍ଦା ବ୍ଲକ୍‌ର ରାମଗଡା ପଞ୍ଚାୟତର । ପିଲାର ଭାଙ୍ଗିବା କାରଣରୁ ଏହି ଦୁର୍ଘଟଣା ହୋଇଛି, ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ନିର୍ମାଣରେ ଖୁବ୍‌ ଗଡ଼ବଡ଼ କରାଯାଇ ଥିଲା। 

ଦୁର୍ଘଟଣାରେ ବର୍ତ୍ତମାନ କାହାର ହତାହତ ହେବାର ସୂଚନା ନାହିଁ। ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ମୁତାବିକ , ଏହି ପୋଲ ଏହି ମହାରାଜଗଞ୍ଜ ବ୍ଲକ୍‌ର ପଟେଡି ବଜାର ଓ ଦରୌନ୍ଦା ବ୍ଲକ୍‌ର ରାମଗଡ ପଞ୍ଚାୟତକୁ ଯୋଡ଼ୁ ଥିଲା। ଅନେକ ଗାଁର ଲୋକଙ୍କର ଏହି ପୋଲରେ ଯାତାୟାତ ହେଉଥିଲା। ଏହା  ଭାଙ୍ଗି ଯିବା ଯୋଗୁଁ ଗମନାଗମନରେ ସମସ୍ୟା ଉପୁଜିଛି। 

କୁହାଯାଇଛି ପୋଲ ୩୫-୪୦ବର୍ଷର ପୁରୁଣା ଥିଲା। ସୌଭାଗ୍ୟର କଥା କି ଏଥିରେ କେହି ହତାହତ ହୋଇ ନାହାନ୍ତି। ଏହି ପୋଲ ନିର୍ମାଣର ଆରମ୍ଭ ସ୍ଥାନୀୟ ଲୋକେ ଚାନ୍ଦା ଆଦାୟ କରି କରିଥିଲେ। ପରେ କିଛି ସରକାରୀ ସହଯୋଗ ମିଳିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.