ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ମାମଲା, ବ୍ରିଜ ଭୂଷଣ କହିଲେ- ’ଘଟଣା ସମୟରେ ଦିଲ୍ଲୀରେ ନଥିଲି’

ନୂଆଦିଲ୍ଲୀ,୧୮।୪: କେସରଗଞ୍ଜ ଲୋକସଭା ଆସନରୁ ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂହ ଗୁରୁବାର ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ଏହି ସମୟରେ ସେ କୋର୍ଟଙ୍କୁ ଦାବି କରିଛନ୍ତି, ତାଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗର ଆହୁରି ତଦନ୍ତ କରାଯାଉ। ତାଙ୍କ ଦଲିଲକୁ ଶୁଣିବା ପରେ କୋର୍ଟ ୨୬ ଏପ୍ରିଲ ପର୍ଯ୍ୟନ୍ତ ରାୟକୁ ସଂରକ୍ଷଣ ରଖିଛନ୍ତି। ଗୁରୁବାର କୋର୍ଟ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କ ଭିତରେ ଲାଗିଥିବା ଅଭିଯୋଗକୁ ନେଇ ରାୟ ଶୁଣାଇବାର ଥିଲେ। ବ୍ରିଜଭୂଷଣଙ୍କ ଉପରେ ମହିଳା ରେସଲରମା‌‌ନେ ଅଭିଯୋଗ କରିଛନ୍ତି ଯେ, କୁସ୍ତୀ ମହାସଂଘର ଅଧ୍ୟକ୍ଷ ଥିବା ବେଳେ ସେ ତାଙ୍କର ଯୌନ ଉତ୍ପୀଡନ କରିଥିଲେ।

ଏହି ଅଭିଯୋଗକୁ ବ୍ରିଜଭୂଷଣ ଖଣ୍ଡନ କରି ଆସୁଛନ୍ତି ଓ ରାଜନୀତି ପ୍ରଣୋଦିତ ବୋଲି କହିଛନ୍ତି। ଗୁରୁବାର ବ୍ରିଜଭୂଷଣଙ୍କ ଓକିଲଙ୍କ ଦଲିଲ ଶୁଣିବା ପରେ ଅତିରିକ୍ତ ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ୍‌ ପ୍ରିୟଙ୍କା ରାଜପୁତଙ୍କ କୋର୍ଟ ରାୟ ସଂରକ୍ଷଣ କରିଛନ୍ତି। ସେଭଳି ମହିଳା ରେସଲରଙ୍କ ପକ୍ଷର ଓକିଲ କହିଛନ୍ତି,ବ୍ରିଜଭୂଷଣଙ୍କ ଦଲିଲ୍ ଲଟକିକି ରହିବ।ସେ ଆଗକୁ ତଦନ୍ତ ଏଥିପାଇଁ ଦାବି କରୁଛନ୍ତି, ଯେପରି ପୁରା ପକ୍ରିୟା ବିଳମ୍ବ ହେବ। ବ୍ରିଜଭୂଷଣ କହିଛନ୍ତି, ଅଭିଯୋଗ କରିଥିବା ରେସଲରଙ୍କ ଭିତରୁ ଜଣେ ଯେଉଁ ସମୟରେ ମୋ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି, ସେତେବେଳେ ମୁଁ ଦିଲ୍ଲୀରେ ନଥିଲି।

ଉଲ୍ଲେଖନୀୟ ଯେ, ବ୍ରିଜ ଭୂଷଣ ଏଭଳି ଏକ ସମୟରେ କୋର୍ଟରେ ହାଜର ହୋଇଛନ୍ତି, ଯେତେବେଳେ ୟୁପିର କେସରଗଞ୍ଜ ଲୋକସଭା ଆସନରୁ ତାଙ୍କର ନାଁ ଉପରେ ସନ୍ଦେହ ରହିଛି। ବିଜେପି ଏପର୍ଯ୍ୟନ୍ତ  ପ୍ରାୟ ସବୁ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି,କିନ୍ତୁ ଏ ପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କ ନାଁର ଘୋଷଣା କରାଯାଇ ନାହିଁ। ଉଲ୍ଲେଖନୀ ଯେ, ତାଙ୍କ ଉପରେ ଅଭିଯୋଗ ଆଣିଥିବା ମହିଳା ରେସଲର ସାକ୍ଷୀ ମଲିକ୍‌ଙ୍କୁ ପ୍ରସିଦ୍ଧ ‘ଟାଇମ୍’ ମାଗାଜିନ୍ ୨୦୨୪ ର ୧୦୦ ପ୍ରଭାବଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଥିଲା। ମଲିକଙ୍କୁ ଭାରତୀୟ କୁସ୍ତୀ ସଂଘର ପୂର୍ବତନ ଅଧ୍ୟକ୍ଷଙ୍କ ସହିତ ତାଙ୍କର ଲଢେଇକୁ ନେଇ ସ୍ଥାନ ଦେଇଥିଲା ‘ଟାଇମ୍ ମାଗାଜିନ୍’ ।ସାକ୍ଷୀ ଦୁଇଥର ବିଶ୍ବ ଚମ୍ପିଆନସିପ୍‌ର ବ୍ରୋଞ୍ଜ ପଦକ ବିଜେତା ଭିନେଶ ଫୋଗାଟ ଓ ଟୋକିଓ ଅଲମ୍ପିକର ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆଙ୍କ ସହ ଦିଲ୍ଳୀ ଜନ୍ତରମନ୍ତରରେ ବ୍ରିଜଭୂଷଣଙ୍କ ବିରୋଧରେ ପ୍ରଦର୍ଶନର ନେତୃତ୍ବ ନେଇଥିଲେ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.