ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩ କଲେଜ ପିଲାଙ୍କ ଉପରେ ଚଢିଗଲା ବିଜେପି ପ୍ରାର୍ଥୀ କରଣ ଭୂଷଣଙ୍କ କାରକେଡ୍, ୨ ମୃତ

ନୂଆଦିଲ୍ଲୀ,୨୯।୫: ୩ ଜଣ କଲେଜ ପିଲାଙ୍କ ଉପରେ ଚଢ଼ିଗଲା ବିଜେପି ପ୍ରାର୍ଥୀଙ୍କ କାର୍‌କେଡ୍‌। ଘଟଣାସ୍ଥଳରେ ପ୍ରାଣ ହରାଇଲେ ୨ ପିଲା। ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କ କାର୍‌କେଡ୍‌ରେ ସାମିଲ ଥିବା ଏକ ଫର୍ଚୁନର କାର୍ ୩ କଲେଜ ପିଲାଙ୍କ ଉପରେ ଚଢ଼ି ଯାଇଛି। ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ ଘଟିଛି ଏହି ଦୁର୍ଘଟଣା।

କରଣ ଭୂଷଣ ସିଂହ ହେଉଛନ୍ତି, ଏହି ସିଟରୁ ସାଂସଦ ଥିବା ବ୍ରିଜଭୂଷଣ ସିଂହଙ୍କ ପୁଅ । ଗୋଣ୍ଡା ଜିଲ୍ଲାର ଏହି ଆସନରେ ପ୍ରଚାର କରୁଥିଲେ କରଣ ଭୂଷଣ । ଏହି ସମୟରେ ତାଙ୍କ କାରକେଡ୍ ଗାଡି ୩ ଜଣ କଲେଜ ପିଲାଙ୍କ ଉପରେ ମାଡିଯାଇଥିଲା । ତେବେ ୨ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ, ଜଣେ ଗୁରୁତର ଅଛନ୍ତି। ଗୁରୁତର ଛାତ୍ର ଜଣକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଫର୍ଚ୍ୟୁନର କାରକୁ ଜବତ କରାଯାଇଛି । 

କରଣ ଭୂଷଣ ସିଂହଙ୍କ କାରକେଡ୍ ବୈକୁଣ୍ଠ ଡିଗ୍ରୀ କଲେଜ୍ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କାରକେଡ୍ ଯିବା ସମୟରେ ଏହି କଲେଜର ତିନି ଜଣ ପିଲା ରାସ୍ତା ପାର୍ ହେଉଥିଲେ । ଆଉ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍ ତାଙ୍କ ଉପରେ ମାଡିଯାଇଥିଲା । ବଡ କଥହେଲା  ଏହି ଦୁର୍ଘଟଣା ପରେ କରଣ ଭୂଷଣ ସିଂହ ଏହି ସ୍ଥାନରେ ଅଟକିନଥିଲେ । ଏମିତି କି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିନଥିଲେ । ଘଟଣା ପରେ ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଗହଳି ଲାଗି ରହିଛି, ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.