ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ମଳା ସୀତାରମଣ ଲାକ୍ଷାଦ୍ୱୀପ ପାଇଁ ଖୋଲି ଦେଲେ ରାଜକୋଷ , ଦୁଇ ଗୁଣା କରିଦେଲେ ବଜେଟ୍

ନୂଆଦିଲ୍ଲୀ : ମାଳଦ୍ୱୀପ ସହ ଭାରତର ବିବାଦପୂର୍ଣ୍ଣ ସଂପର୍କ ମଧ୍ୟରେ ଲାକ୍ଷାଦ୍ୱୀପକୁ ନେଇ ଅନ୍ତରୀଣ ବଜେଟ୍‌ରେ ବଡ଼ ଘୋଷଣା କରାଯାଇଛି। ଉକ୍ତ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲାକ୍ଷାଦ୍ୱୀପ କଥା ମଧ୍ୟ କହିଛନ୍ତି। ଅର୍ଥମନ୍ତ୍ରୀ ସଂସଦରେ କହିଛନ୍ତି ଯେ ଦେଶରେ ଘରୋଇ ପର୍ଯ୍ୟଟନ ପାଇଁ ସୃଷ୍ଟି ହୋଇଥିବା ଉତ୍ସାହକୁ ଦେଖି ଲାକ୍ଷାଦ୍ୱୀପ ସହ ଆମର ଦ୍ୱୀପ ଗୁଡିକ ସହ ଜାହାଜ ସଂପର୍କ , ପର୍ଯ୍ୟଟନର ଆଧୁନିକ ଢାଞ୍ଚା ଓ ସୁବିଧା ପାଇଁ ପ୍ରକଳ୍ପ ଆରମ୍ଭ କରାଯିବ।  

ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ସବ୍‌କା ସାଥ୍ ମନ୍ତ୍ରରେ ଆଗେଇ ଚାଲିଛି ଦେଶ : ନିର୍ମଳା ସୀତାରମଣ

ଅନ୍ତରୀଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପିତ କରି ସେ ଏହା ମଧ୍ୟ କହିଛନ୍ତି କି , ଆମର ଆର୍ଥିତ ଶକ୍ତି ଦେଶକୁ ବ୍ୟାପାର ଓ ସଙ୍ଗଠିତ ପର୍ଯ୍ୟଟନ ପାଇଁ ଏକ ଆକର୍ଷକ ଗନ୍ତବ୍ୟ କରିଦେଇଛି। ଲାକ୍ଷାଦ୍ୱୀପ ସମେତ ଦ୍ୱୀପ ସମୂହ ଉପରେ ଅନେକ ପ୍ରୋଜେକ୍ଟର ଆରମ୍ଭକୁ ନେଇ କରାଯାଇ ଥିବା ଘୋଷଣା ମାଳଦ୍ୱୀପ ପାଇଁ ଏକ ଝଟକା ପରି ହୋଇଛି। ଏଥିରେ ମାଳଦ୍ୱୀପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ଘଟିପାରେ , ଯାହାର ଫାଇଦା ଲାକ୍ଷାଦ୍ୱୀପକୁ ମିଳିବ। 

ସଂସଦରେ ପର୍ଯ୍ୟଟନ ଉଦ୍ୟୋଗ ପାଇଁ ବଡେଟ୍‌ ଅନୁମାନକୁ ଗତ ବଜେଟ୍‌ ଠାରୁ ୨ ପ୍ରତିଶତରୁ ଅଧିକ ବଢାଇ ଦେଇଛନ୍ତି , ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟ ଗୁଡ଼ିକୁ ପ୍ରତିଷ୍ଠିତ ପର୍ଯ୍ୟଟନ କେନ୍ଦ୍ରର ବ୍ୟାପକ ବିକାଶ , ବୈଶିକ ସ୍ତରରେ ତାଙ୍କର ବ୍ରାଣ୍ଡିଂ ଓ ମାର୍କେଟିଂ କରିବାକୁ ପ୍ରୋତ୍ସାହିତ କରାଯିବ ଏବଂ କେନ୍ଦ୍ର ସରକାର ଏମିତି କରିବେ। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ୍‌ ଅନୁମାନିକ ୨,୪୪୯.୬୨ କୋଟି ଟଙ୍କା । ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ୨,୪୦୦କୋଟି ଟଙ୍କା ଥିଲା । ହେଲେ ୨୦୨୩-୨୪ ପାଇଁ ସଂଶୋଧିତ ଆନୁମାନିକ ଟଙ୍କା ୧୬୯୨.୧୦ କୋଟି ଥିଲା । ମନ୍ତ୍ରୀ ଆଗକୁ ସୁବିଧା ଓ ସେବା ଗୁଡ଼ିକର ଗୁଣବତ୍ତା ଆଧାରରେ କେନ୍ଦ୍ରର ରେଟିଂ ପାଇଁ ଏକ ରୂପ ରେଖ ଗଠନ କରିବାର ପ୍ରସ୍ତାବ ରଖିଛନ୍ତି। 

ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଲାକ୍ଷାଦ୍ୱୀପର ଅବତାରଣା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ରହିଛି , କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୪ ଜାନୁଆରୀରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସୋସିଆଲ ମିଡ଼ିଆରେ ଏହି ସମୟକେ ବିବାଦ ସୃଷ୍ଟି ହୋଇଥିଲା , ଯେବେ ମାଳଦ୍ୱୀପର ଜଣେ ମନ୍ତ୍ରୀ ଓ ଆଉ କିଛି ନେତା ଲାକ୍ଷାଦ୍ୱୀପରର ଏକ ପୁରାତନ ସାମୁଦ୍ରିକ ତଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡ଼ିଓ ପୋଷ୍ଟ ହେବା ପରେ, ତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.