ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସ୍ ଓଲଟି ୩ ମୃତ, ୨୦ଆହତ

କନ୍ଧମାଳ, ୨୮/୫ : କନ୍ଧମାଳ ଫିରିଙ୍ଗିଆ କାଳିଆସାହିରେ ଓଲଟିଲା ବସ୍ । ଫଳରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି । ଯାତ୍ରୀବାହୀ ବସଟି ମୁନିଗୁଡ଼ାରୁ ଫୁଲବାଣୀ ଆସୁଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ସ୍ଥାନୀୟ ବାସିନ୍ଦା ଏହି ଦେଖି ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.