ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ପୁଣି ଧମକାଇଲେ ବସ୍‌ ମାଲିକ, ପହିଲାରୁ ବସ୍‌ ଗଡିବନି: ୨୨ରେ ଲୋୟର ପିଏମ୍‌ଜିରେ ଧାରଣା

ଭୁବନେଶ୍ୱର,୦୯/୧୧: ଘରୋଇ ବସ୍‌ ମାଲିକମାନେ ଆସନ୍ତା ଡିସେମ୍ବର ପହିଲାକୁ ଧର୍ମଘଟ ଘୁଞ୍ଚାଇଛନ୍ତି । ଏହା ପୂର୍ବରୁ ସେମାନେ ଆସନ୍ତା ୨୨ ତାରିଖରେ ବିଧାନସଭା ସାମ୍ନାରେ ଧାରଣାରେ ବସିବେ । ଆଉ ବିଶାଳ ସମାବେଶରେ ଦମ୍‌ ଦେଖାଇବେ ବୋଲି ବୁଧବାର ଭବାନୀପାଟଣାରେ ଆୟୋଜିତ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ବୁଧବାର ବୈଠକରେ ୬୫ଟି ଆଞ୍ଚଳିକ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ । ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ମୁତାବକ, ସଂଘ ପକ୍ଷରୁ ସରକାରଙ୍କ ସାମ୍ନାରେ ୫ଟି ଦାବି ରଖାଯାଇଛି । ସେଗୁଡି଼କ ହେଲା ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳ ବନ୍ଦ କରାଯାଉ, ଯେଉଁ ବ୍ଲକ, ସଦର ମହକୁମା ଓ ଏନ୍‌ଏସି ଅଞ୍ଚଳରେ ଲକ୍ଷ୍ମୀ ବସ୍‌ ଚାଲିବ, ଏ ବାବଦକୁ କ୍ଷତି ଭରଣା କରାଯାଉ, ଲକ୍ଷ୍ମୀ ବସ୍‌ରେ ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗଙ୍କ ପାଇଁ ରିହାତି ବନ୍ଦ ହେଉ, ଘରୋଇ ବସ୍‌ ଓ ଲକ୍ଷ୍ମୀ ବସ୍‌ର ଭଡ଼ା ସମାନ ରହୁ ଏବଂ ରିହାତି ବାବଦକୁ ଯାତ୍ରୀମାନଙ୍କ ଲାଗି କୁପନ୍‌ ବ୍ୟବସ୍ଥା କରାଯାଉ । ଫଳରେ ଘରୋଇ ବସ୍‌ ମାଲିକ ଏହି କୁପନ୍‌କୁ ଦାଖଲ କରି ଭଡ଼ା ବାବଦକୁ ପ୍ରାପ୍ୟ ପାଇପାରିବେ । କ୍ଷତିଗ୍ରସ୍ତ ବସ୍‌ ମାଲିକଙ୍କୁ ଅତିରିକ୍ତ ଏମ୍‌ଭି ଟିକସ ଛାଡ଼ କରାଯାଉ ।

ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ସରକାର ଆମ ଦାବିକୁ ସମୀକ୍ଷା କରି ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ଆଉ ଥରେ ସମୀକ୍ଷା କରନ୍ତୁ। ସାଧାରଣ ଲୋକଙ୍କୁ ହଇରାଣ ନ କରିବା ପାଇଁ ଏବେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୨୨ ତାରିଖରେ ଆମେ ସମସ୍ତେ ବିଧାନସଭା ସାମ୍ନା ଧାରଣାସ୍ଥଳରେ ଠୁଳ ହେବୁ । ସେଠାରେ ବିଶାଳ ସମାବେଶ ଚାଲିବ । ସରକାରଙ୍କୁ ସ୍ମାରକପତ୍ର ଦେବୁ । ଯଦି ସରକାର ନ ମାନନ୍ତି, ଡିସେମ୍ବର ପହିଲାରୁ ପୂରା ରାଜ୍ୟରେ ବସ୍‌ ଧର୍ମଘଟ ଚାଲିବ । ଏହାସହ କୌଣସି ରାଜନୈତିକ ଦଳୀୟ କାର୍ଯ୍ୟକ୍ରମରେ ଘରୋଇ ବସ୍‌ ଦିଆଯିବନି ବୋଲି ସେ ଚେତାବନୀ ଦେଇଛନ୍ତି । 

ବୈଠକରେ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଭବାନୀପାଟଣା ସଂଘର ସଭାପତି ପ୍ରବୋଧ ରଥ, ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଥାଉ କି, ଲକ୍ଷ୍ମୀ ବସ୍‌ ଚଳାଚଳର ଟାୟାର-୨କୁ ବିରୋଧ କରି ବସ୍‌ ମାଲିକମାନେ ଏକାଧିକ ଥର ବସ୍‌ ଧର୍ମଘଟର ଧମକ ଦେଉଛନ୍ତି । ପ୍ରଥମ ଥର ପାଇଁ ସେମାନେ ଧମକ ବଦଳରେ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି ।

   

Copyright © 2022 - Summa Real Media Private Limited. All Rights Reserved.