ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଫୋନ୍‌ କଲ୍‌ରେ ଛଟେଇ କରୁଛି ବାଇଜୁସ୍; ୫୦୦ କର୍ମଚାରୀଙ୍କୁ କାଢ଼ିଲା କମ୍ପାନି, ମିଳୁନି ନୋଟିସ୍ ପିରିୟଡ୍

Published By : Prameya | April 3, 2024 3:48 PM

ନୂଆଦିଲ୍ଲୀ, ୩।୪: ନଗଦ ସଂକଟ ମଧ୍ୟରେ ଗତି କରୁଥିବା ଏଡୁଟେକ୍‌ କମ୍ପାନି ବାଇଜୁସ୍‌ ଏବେ ଫୋନ୍‌ କଲ୍‌ରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଲାଣି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନିର ଆର୍ଥିକ ସ୍ଥିତି ଏତେ ମାତ୍ରାରେ ଖରାପ ଯେ, ଏହା କର୍ମଚାରୀଙ୍କ କାର୍ଯ୍ୟକୁ ସମୀକ୍ଷା କରୁନାହିଁ କିମ୍ବା ସେମାନଙ୍କୁ ନୋଟିସ୍‌ ପରିୟଡ ସର୍ଭ କରିବାର ବି ସୁଯୋଗ ଦେଉନାହଁ । କମ୍ପାନି ଫୋନ୍‌ କଲ୍‌ରେ ହିଁ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିଦେଉଛି । 

ବାଇଜୁସ୍‌ରେ କାର୍ଯ୍ୟ କରୁଥିବା ରାହୁଲ ନାମକ ଜଣେ କର୍ମଚାରୀଙ୍କ କହିବାନୁସାରେ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଦେଖାଶୁଣା କରିବାକୁ ସେ କିଛି ଦିନ ପାଇଁ ଛୁଟିରେ ଯାଇଥିଲେ । ମାର୍ଚ୍ଚ ମାସ ମଝିରେ ସେ ଅଫିସ୍‌ରୁ ଛୁଟି ନେଇଥିବାବେଳେ ମାର୍ଚ୍ଚ ୩୧ରେ ହଠାତ୍‌ ତାଙ୍କ ପାଖକୁ ବାଇଜୁସ୍‌ର ଏଚ୍‌ଆର୍‌ ଅଧିକାରୀଙ୍କ ଫୋନ୍‌ ଆସିଥିଲା । ମାନବ ସମ୍ବଳ ଅଧିକାରୀ କହିଲେ ଯେ, ତାଙ୍କୁ କମ୍ପାନିରୁ ଛଟେଇ କରାଯାଇଛି । ଏଚ୍‌ଆର୍‌ କହିଲେ ଯେ, ତାଙ୍କର ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଆଜି ହିଁ ଅଫିସ୍‌ରେ ତାଙ୍କର ଅନ୍ତିମ ଦିନ । 

ଛଟେଇର କାରଣ ପଚାରିବାରୁ ଏଚ୍‌ଆର୍‌ କହିଲେ ଯେ, କମ୍ପାନିର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ, ଯେଉଁ କାରଣରୁ ମ୍ୟାନେଜ୍‌ମେଣ୍ଟ କିଛି କର୍ମଚାରୀଙ୍କୁ କାଢ଼ିଦେବାକୁ ନିଷ୍ପତ୍ତି ନେଇଛି । ରାହୁଲଙ୍କୁ କୌଣସି ନୋଟିସ୍‌ ପିରିୟଡ୍‌ ମଧ୍ୟ ସର୍ଭ କରିବାର ସୁଯୋଗ ଦିଆଯାଇନାହିଁ । ରାହୁଲଙ୍କ ଭଳି ଏଭଳି ଅନେକ କର୍ମଚାରୀଙ୍କୁ ଫୋନ୍‌ କଲ୍‌ରେ ହିଁ ଛଟେଇ କରାଯାଇଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, ବାଇଜୁସ୍‌ ଏହି ପର୍ଯ୍ୟାୟରେ ପ୍ରାୟ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଏଥିମଧ୍ୟରୁ ଅଧା କମ୍ପାନିର ଟ୍ୟୁସନ ସେଣ୍ଟର ବ୍ୟବସାୟରୁ ଅଛନ୍ତି । କମ୍ପାନିରେ ଛଟେଇ ଟ୍ରେଣ୍ଡ ୨୦୨୨ରୁ ଆରମ୍ଭ ହୋଇଛି । ଗତ ଦୁଇ ବର୍ଷରେ ଏହା ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛି । ବାଇଜୁସ୍‌ର ଜଣେ ମୁଖପାତ୍ର କହିଛନ୍ତି ଯେ, କମ୍ପାନି ଏବେ ପୁନଃ ସଂରଚନାର ଅନ୍ତିମ ପର୍ଯ୍ୟାୟରେ ଅଛି । ୨୦୨୩ ଅକ୍ଟୋବରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଖର୍ଚ୍ଚ କମାଇବା ଏହାର ଲକ୍ଷ୍ୟ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.