ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇଜୁସ୍‌ ସଙ୍କଟ : ନା ନୋଟିସ୍‌ ,ନା PIP ; ଗୋଟିଏ କଲ୍‌ରେ ହିଁ ହେଉଛି କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ : ଏଡୁଟେକ୍‌ ବ୍ରାଣ୍ଡ ବାଇଜୁର ସଙ୍କଟ ବଢିବାରେ ଲାଗିଛି। ବାଇଜୁର ପ୍ୟାରେଣ୍ଟ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନ ଫାଇନେନ୍ସିଆଲ କ୍ରାଇସିସ୍‌ କାରଣରୁ ଛଟେଇ କରୁଛି। ମିଡ଼ିଆ ରିପୋର୍ଟ ମୁତାବିକ , ବାଇଜୁ ନିଜ କର୍ମଚାରୀଙ୍କୁ ଫୋନ୍ କଲ ମାଧ୍ୟମରେ ଚାକିରିରୁ ବାହାର କରିବା ଆରମ୍ଭ କରି ଦେଇଛି। ରିପୋର୍ଟରେ କୁହାଯାଇଛି ଯେ, କର୍ମଚାରୀଙ୍କୁ ନା ନୋଟିସ୍‌ ଦିଆଯାଇଛି ନା କୌଣସି ପରଫର୍ମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ଲାନ (ପିଆଇପି)ରେ ପକାଯାଉଛି। 

କିଛି କର୍ମଚାରୀଙ୍କ ଅନୁସାରେ ମନିକଣ୍ଟ୍ରୋଲ କହିଛି କି , ଏଚଆର ପକ୍ଷରୁ ଫୋନ୍‌ କଲ୍‌ କରି ବିନା କୌଣସି କାରଣରେ ଚାକିରିରୁ ବାହାର କରିବା କଥା କୁହାଯାଇଛି । ଏହାପରେ ଏଚଆର ଏକଜିକ୍ୟୁଟିଭ କର୍ମଚାରୀଙ୍କ ନମ୍ୱର ବ୍ଲକ୍‌ କରିଦେଇଛନ୍ତି । 

 ସୂତ୍ର ମୁତାବିକ , କମ୍ପାନୀର ଟାର୍ଗେଟ୍‌ରେ ୧୦୦ରୁ ୫୦୦ କର୍ମଚାରୀ ଅଛନ୍ତି। କହି ରଖୁଛୁ କି ବାଇଜୁ ଗତ ଦୁଇ ବର୍ଷରେ ଅତି କମ୍‌ରେ ୧୦ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିଛି। ଏହା ପୂର୍ବରୁ ପାଖାପାଖି ୧୪,୦୦୦ କର୍ମଚାରୀ ବାଇଜୁର ଭାରତ ୟୁନିଟ୍‌ର ପେରୋଲ୍‌ରେ ଥିଲେ। 

ଉଲ୍ଲେଖନୀୟ ଯେ,ଗୋଟେ ସମୟର ଲିଡିଂ ଏଡୁଟେକ୍‌ କମ୍ପାନୀ ବାଇଜୁ ଅର୍ଥ ସଙ୍କଟ ଦେଇ ଗତି କରୁଛି। ନିକଟରେ ଏହା ନିଜ କର୍ମଚାରୀଙ୍କୁ କହିଛି କି ମାର୍ଚ୍ଚ ମାମର ଦରମା ବିତରଣରେ ପୁଣି ଥରେ ବିଳମ୍ୱ ହେବ। ବାଇଜୁର ପ୍ରବନ୍ଧନ କର୍ମଚାରୀଙ୍କୁ ପଠାଇ ଥିଲା ଇ-ମେଲ୍‌ରେ ଏହି ସ୍ଥିତି ପାଇଁ ଅନ୍ତରୀଣ ଆଦେଶକୁ ଦାୟୀ କରାଇଛି। ଏହି ଅନ୍ତରୀଣ ଆଦେଶ ଫେବ୍ରୁଆରୀର ଶେଷରେ କିଛି ବିଦେଶୀ ନିବେଶକମାନେ ପ୍ରାପ୍ତ କରିଛନ୍ତି । ଏହି ଅନୁସାରେ ରାଇଟ୍ସ ଇସ୍ୟୁର ମାଧ୍ୟମରେ ସଂଗ୍ରହ କରାଯାଇ ଥିବା ଅର୍ଥର ବ୍ୟବହାରକୁ ପ୍ରତିବନ୍ଧିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.