ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

କାନାଡାରେ ଚୋରଙ୍କ ଉତ୍ପାତ: ପ୍ରତି ୫ ମିନିଟ୍‌ରେ ହେଉଛି ୧ କାର୍‌ ଚୋରି, ବୀମା ରାଶି ଦେଇ ଦେଇ ଥକିଲେଣି ଇନସ୍ୟୁରାନ୍ସ କମ୍ପାନୀ

ଅଟ୍ଟାୱା,୧୧/୦୭: କୌଣସି ଗରିବ କିମ୍ବା ପଛୁଆ ଦେଶ ନୁହେଁ । କାନାଡା ଭଳି ବିକଶିତ ଦେଶରେ କାର୍‌ ଚୋରି ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ଏପରିକି ଇନସ୍ୟୁରାନ୍ସ  ବ୍ୟୁରୋ ଅଫ୍‌ କାନାଡା ଏହାକୁ ‘ଜାତୀୟ ସଙ୍କଟ’  ବୋଲି ଘୋଷଣା କରିଛି । ତଥ୍ୟ ଅନୁସାରେ  ୨୦୦୨ରେ କାନାଡାରେ ୧,୦୫,୦୦୦ କାର୍‌ ଚୋରି  ହୋଇଛି । ଅର୍ଥାତ ପ୍ରତି ୫ ମିନିଟ୍‌ରେ ଗୋଟିଏ  ଲେଖାଏ କାର୍‌ ଚୋରି ହେଉଛି । ଚୋରିର ଶିକାର  ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କାନାଡାର ଆଇନ  ମନ୍ତ୍ରୀ ବି ଅଛନ୍ତି । ତାଙ୍କ ସରକାରୀ ଟୟୋଟା କାର୍‌କୁ  ଚୋରମାନେ ଦୁଇ ଥର ଚୋରି କରିଛନ୍ତି । କିଛି ମାସ ପୂର୍ବରୁ ଇଣ୍ଟରପୋଲ ଏକ ତାଲିକା  ଜାରି କରିଥିଲା । ଏହି ତାଲିକାରେ ୧୩୭ ଦେଶ  ଏପରି ଥିଲେ ଯେଉଁଠି କାର୍‌ ଚୋରି ମାମଲା  ବେଶ ବ୍ୟାପକ । ତାଲିକାର ଶୀର୍ଷ ୧୦ ଦେଶ  ଭିତରେ କାନାଡା ରହିଛି । 

ଇଣ୍ଟରପୋଲ ପ୍ରବକ୍ତାଙ୍କ  କହିବା ଅନୁସାରେ, ଏହି କାର୍‌ ଚୋରି ହେବା  ପରେ ତାହାକୁ ହିଂସକ ଅପରାଧରେ ବ୍ୟବହାର  କରାଯାଇଥାଏ । କାର୍‌କୁ କାନାଡାରେ ହିଁ ବିକ୍ରି  କରିଦିଆଯାଏ ନଚେତ ତାହାକୁ ଅନ୍ୟ ଦେଶକୁ  ପଠାଇ ଦିଆଯାଏ । ଇଣ୍ଟରପୋଲ ବିଭିନ୍ନ ଦେଶରୁ  ଚୋରି ହୋଇଥିବା କାର୍‌ ମଧ୍ୟରୁ ୧,୫୦୦ କାର୍‌ର  ପତ୍ତା ଲଗାଇଛି, ଯାହା କି କାନାଡାରୁ ଚୋରି  ହୋଇଥିଲା । ସେହିପରି ୨ ଶହ କାର୍‌ର ଠିକଣା  ପ୍ରତି ସପ୍ତାହରେ ଅନ୍ୟ ଦେଶରେ ଠାବ ହୋଇଥିଲା ।  

ଇନସ୍ୟୁରାନ୍ସ ବ୍ୟୁରୋ ଅଫ୍‌ କାନାଡା ଅନୁସାରେ,  କାର୍‌ ଚୋରି ମାମଲରେ ବୀମା କମ୍ପାନୀଗୁଡ଼ିକୁ  ଗତ ବର୍ଷ ୧ ବିଲିୟନ ଆମେରିକୀୟ ଡଲାରଠାରୁ  ବି ଅଧିକ ବୀମା ଅର୍ଥ ଦେବାକୁ ପଡ଼ିଛି । ଏହା  କାନାଡା ପାଇଁ ଏପରି ସଙ୍କଟରେ ପରିଣତ  ହୋଇଛି ଯେ, ଦେଶର ପୁଲିସ ଅଧିକାରୀମାନେ  ଗାଡ଼ି ଚୋରିରୁ ବର୍ତ୍ତିବା ପାଇଁ ସାରା ଦେଶରେ  ସାର୍ବଜନିନ ବୁଲେଟିନ୍‌ ଜାରି କରିଛି । କାନାଡା  ଲୋକେ ନିଜ କାର୍‌ର ସୁରକ୍ଷା ପାଇଁ ନିଜେ ଅଭିନବ  ଉପାୟମାନ ବାଛୁଥିବା ଦେଖାଯାଇଛି । ଏପରିକି  କେତେଜଣ କାର୍‌ ଜଗିବା ପାଇଁ ସୁରକ୍ଷାକର୍ମୀ  ମଧ୍ୟ ମୁତୟନ କରିଛନ୍ତି । 

କାନାଡାର ମିସିସାଗା  ସହରରେ ରହୁଥିବା ନୌମାନ୍‌ ଖାନ୍‌ଙ୍କ କହିବା  ଅନୁସାରେ, କାର୍‌ ଚୋରିରୁ ବର୍ତ୍ତିବା ପାଇଁ ସେ ଏବଂ ତାଙ୍କ ଭାଇ ତାଙ୍କର ଦୁଇଟି ଯାକ ବିଳାସପୂର୍ଣ୍ଣ  କାର୍‌ ବିକି ଦେଇଛନ୍ତି । ଏବେ କେବଳ କମ୍‌ ଦାମ୍‌ର  ଗାଡ଼ିକୁ ସେମାନେ ବ୍ୟବହାର କରୁଛନ୍ତି ।  

ୟୁଏସ୍‌ ବ୍ୟୁରୋ ଅଫ୍‌ ଜଷ୍ଟିସ୍‌ ଷ୍ଟାଟିଷ୍ଟିକ୍ସ  ଅନୁସାରେ, କାନାଡାରେ ଏତେ ସଂଖ୍ୟାରେ କାର୍‌  ଚୋରି ଚକିତ କରିବା ଭଳି । କାରଣ କାନାଡାର  ଜନସଂଖ୍ୟା ଆମେରିକା, ବ୍ରିଟେନ ତୁଳନାରେ ବେଶ୍‌  କମ୍‌ । କୋଭିଡ୍‌ ମହାମାରୀ ପରଠାରୁ ଆମେରିକା,  କାନାଡା, ବ୍ରିଟେନରେ କାର୍‌ ଚୋରି ସଂଖ୍ୟା ବଢ଼ିଛି ।  ୨୦୨୨ ରିପୋର୍ଟର ଅନୁସାରେ, ଆମେରିକାରେ  ପ୍ରତି ୧ ଲକ୍ଷରେ ୩ ଶହ ଲୋକଙ୍କ କାର୍‌ ଚୋରି  ହୋଇଛି । ସେହିପରି କାର୍‌ଗୁଡ଼ିକୁ ବାହାରକୁ  ପଠାଇ ଦିଆଯାଉଥିବାରୁ ତାହାକୁ ଖୋଜିବା ପୁଲିସ  ପାଇଁ କାଠିକର ପାଠ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.