ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଭାରତୀୟ ଶିକ୍ଷାର୍ଥୀଙ୍କ ପାଇଁ ଖରାପ ଖବର; ପିଜି ଓ୍ବାର୍କ ପରମିଟ୍‌ ପାଇଁ କାନାଡ଼ାରେ ମିଳିବନି ଏଣ୍ଟ୍ରି

Image source: NBT

ନୂଆଦିଲ୍ଲୀ,୨୪/୦୬: କାନାଡ଼ାରେ ପ୍ରବେଶ ପାଇଁ ଏବେ ଆଉ ସ୍ନାତକୋତ୍ତର କାର୍ଯ୍ୟ ଅନୁମତି ବା ପିଜି ଓ୍ବାର୍କ ପର୍‌ମିଟ ବୈଧ ହେବ ନାହିଁ। କାନାଡା ସରକାର ପିଡିଡବ୍ଳୁପି ମାଧ୍ୟମରେ ବିଦେଶୀ ନାଗରିକଙ୍କ ପ୍ରବେଶକୁ ବନ୍ଦ କରି ଦେଇଛନ୍ତି। ୨୧ ଜୁନ୍ ୨୦୨୪ ପରଠାରୁ ବିଦେଶୀ ନାଗରିକ ସ୍ନାତକୋତ୍ତର କାର୍ଯ୍ୟ ଅନୁମତି ପାଇଁ ଆବେଦନ ବନ୍ଦ କରିଦିଆଯାଇଛି। କାନାଡା ସରକାର ସୀମା ସେବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ କାନାଡାରେ ପ୍ରବେଶ ପାଇଁ ସ୍ନାତକୋତ୍ତର କାର୍ଯ୍ୟ ଅନୁମତି ଆବେଦନ ଉପରେ କୌଣସି ବିଚାର ନକରନ୍ତୁ। 

କାନାଡା ସରକାରଙ୍କ ଏକ ବିବୃତ୍ତି ଅନୁଯାୟୀ, ବିଦେଶୀ ନାଗରିକମାନେ ସୀମାରେ ସ୍ନାତକୋତ୍ତର କାର୍ଯ୍ୟ ଅନୁମତି ପାଇଁ ଆଉ ଆବେଦନ କରିପାରିବେ ନାହିଁ। ଏହି ନିଷ୍ପତ୍ତି ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ ବୋଲି ଟ୍ରୁଡୋ ସରକାର କହିଛନ୍ତି।  ଫାଇନାନ୍ସିଆଲ୍ ଏକ୍ସପ୍ରେସ ଅନୁଯାୟୀ, ଯଦି କୌଣସି ଶିକ୍ଷାର୍ଥୀଙ୍କ ପାଠପଢ଼ା ଅନୁମତି ଦେଶ ଭିତରେ ପୂରା ହୋଇନାହିଁ ତେବେ, ଆବେଦନକାରୀମାନେ କାନାଡା ଭିତରେ ରହି ପିଜିଡବ୍ଳୁପି ପାଇଁ ଆବେଦନ କରିପାରିବେ। 

କେବଳ ଏତିକି ନୁହେଁ, ଯେଉଁ ଆବେଦନକାରୀ ସେମାନଙ୍କର ଅଧ୍ୟୟନ ଅନୁମତି ବୈଧ ଥିବା ଭିତରେ ଆବେଦନ କରନ୍ତି, ସେମାନଙ୍କୁ ଅନୁମତି ଆବେଦନ ଉପରେ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ବିନା ପରମିଟରେ କାମ କରିବାକୁ ଅନୁମତି ଦିଆଯାଇପାରେ। କୌଣସି ବିଦେଶୀ ନାଗରିକ ତାଙ୍କର ପାଠପଢ଼ା ପରମିଟ ସମୟସୀମା ବଢ଼ାଇବା ପାଇଁ ଆବେଦନ ପ୍ରସ୍ତୁତ କରିଛନ୍ତି ଏବଂ ସେମାନେ ପାଠ ପଢ଼ୁଛନ୍ତି, ତେବେ ଏମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ, କିନ୍ତୁ ନୁଆ ପରମିଟ ଲାଗୁ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ହେବ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.