ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ରଦ୍ଦି କାଗଜ କଣ୍ଟେନରରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି,୦୨/୦୯: ଅଭିନୟ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଡ଼ିବସିଲା ପୋଲିସ । ରଦ୍ଦି କାଗଜ କଣ୍ଟେନର ଭିତରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହି ଘଟଣାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ଅମୋଲ ଶାନ୍ତାରାମ ଶଙ୍କପାଲ ଓ କମଲେସ ଜଗନ୍ନାଥ ବୋଲି ଜଣାପଡ଼ିଛି । ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଲକ ଚିତ୍ରକୋଣ୍ଡା ଛକରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଛକରେ ନିୟମିତ ଯାନବାହନ ଯାଞ୍ଚ ଚାଲିଥିଲା । ଏହି ସମୟରେ ଚିତ୍ରକୋଣ୍ଡା ଘାଟିରୁ ଏକ କଣ୍ଟେନର ଦ୍ରୁତ ଗତିରେ ଆସୁଥିବାର ଦେଖିବାକୁ ପାଇଥିଲା ଓର୍କେଲ ଥାନା ପୋଲିସ । ଏନେଇ ଯାଞ୍ଚ କରୁଥିବା ପୋଲିସଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସନ୍ଦେହ ହେବାରୁ କଣ୍ଟେନରଟିକୁ ଯାଞ୍ଚ କରିବା ପାଇଁ ଅଟକାଇଥିଲା ପୋଲିସ । ଯାଞ୍ଚ କରିବାରୁ କଣ୍ଟେନର ଭିତରେ ରଦ୍ଦି କାଗଜ ସହ ୧୨ ବସ୍ତା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ଏହି ୧୨ଟି ଗଞ୍ଜେଇ ବସ୍ତାରେ ୪୨୦ କେଜି ଗଞ୍ଜେଇ ରହିଥିବା ନେଇ ଖବର ମିଳିଛି । ପୋଲିସ ଗଞ୍ଜେଇ କଣ୍ଟେନରଟି ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣ ଅଭିଯୁକ୍ତ ଉକ୍ତ ଗଞ୍ଜେଇ ନେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ମହାରାଷ୍ଟ୍ର ଯାଉଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଜବତ ହୋଇଥିବା ୪୨୦ କେଜି ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.