ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାଇଲା ‘କାୟାକଳ୍ପ’ ସାର୍ଟିଫିକେଟ୍‌,ପୁରସ୍କାର ବାବଦରେ ମିଳିବ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୩୧/୦୩: ସମ୍ମାନଜନକ ଏନ୍‌କ୍ୱାସ୍‌ ସାର୍ଟିଫିକେଟ୍‌ ପରେ ପୁଣି କ୍ୟାପିଟାଲ ହସ୍ପିଟାଲ ହାତେଇଛି ‘କାୟାକଳ୍ପ ସାର୍ଟିଫିକେଟ୍‌’ । ଏହି ସାର୍ଟିଫିକେଟ୍‌ ହାସଲ କରିବାରେ ରାଜ୍ୟରେ ନମ୍ବର ‘ୱାନ୍‌’ ହସ୍ପିଟାଲ ମାନ୍ୟତା  ପାଇଛି । ହସ୍ପିଟାଲ ସାର୍ଟିଫିକେଟ୍‌ ବାବଦକୁ ୫୦ ଲକ୍ଷ ଟଙ୍କା ପୁରସ୍କାର ପାଇବ । ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଉପଲବ୍ଧ  ଅଛି କି ? ଅସ୍ତ୍ରୋପଚାର ଗୃହରେ ଅତ୍ୟାଧୁନିକ ବ୍ୟବସ୍ଥା କ’ଣ ରହିଛି?  ହସ୍ପିଟାଲ ପରିସରରେ ସ୍ୱଚ୍ଛତା ମାପଦଣ୍ଡ କ’ଣ ରହିଛି? ହସ୍ପିଟାଲ ଚାରିପଟେ  ସୁସ୍ଥ ପରିବେଶ ରହିଛି କି ନାହିଁ? ୱେଷ୍ଟ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ ପରିଚାଳନା  ବ୍ୟବସ୍ଥା କ’ଣ ରହିଛି? ଚିକିତ୍ସା ଓ ରୋଗୀ ସନ୍ତୁଷ୍ଟିକରଣ ରହିଛି କି ନାହିଁ?  ଏସବୁ ଉପରେ କାୟାକଳ୍ପ ଟିମ୍‌ ଟିକିନିଖି ଯାଞ୍ଚ କରିଥିଲେ ।  

ପୂର୍ବରୁ ହସ୍ପିଟାଲ ‘ଏନ୍‌କ୍ୱାସ୍‌’ ସାର୍ଟିଫିକେଟ୍‌ ହାସଲ କରିବାରେ ଦେଶରେ  ପ୍ରଥମ ସ୍ଥାନ ଅଧିକାର କରିଥିଲା । ହସ୍ପିଟାଲ ୧୮ଟି ବିଭାଗରେ ଉତ୍ତମ ସେବା  ପ୍ରଦର୍ଶନ ପାଇଁ ସାର୍ଟିଫିକେଟ୍‌ ପାଇଥିଲା । ଏନ୍‌କ୍ୱାସ ସାର୍ଟିଫିକେଟ୍‌ ପାଇଁ ହସ୍ପିଟାଲ  ୭୫ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲା । ଅନ୍ୟପଟରେ ରାଜ୍ୟରେ ବିଭିନ୍ନ  ବର୍ଗରେ ୨୮ ମୁଖ୍ୟ ଜିଲ୍ଲା ହସ୍ପିଟାଲ, ୨୬୫ ଏସ୍‌ଡିଏଚ୍‌, ସିଏଚ୍‌ସି, ୟୁସିଏଚ୍‌ସି,  ୮୦୨ ପିଏଚ୍‌ସି, ୧୦୬ ୟୁପିଏଚ୍‌ସି ଆଦି ମଧ୍ୟ କାୟାକଳ୍ପ ସମ୍ମାନ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.