ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀବାସୀଙ୍କୁ ଭଗବାନ ଭରସା: କ୍ୟାପିଟାଲ ହସ୍ପିଟାଲ୍‌ରେ ନାହିଁ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌

ଭୁବନେଶ୍ୱର,୩୦/୦୫:ରାଜଧାନୀବାସୀଙ୍କୁ ଭଗବାନ ଭରସା । ଯଦି ବାଣ ବିସ୍ଫୋରଣ କି ପୋଡ଼ାଜଳା ଭଳି ଅଘଟଣ ଘଟେ, ତାହେଲେ କ୍ୟାପିଟାଲ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ନାହିଁ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌। ଏତେ ବଡ଼ ହସ୍ପିଟାଲ୍‌ରେ ପୋଡ଼ାଜଳା ଆହତଙ୍କ ପାଇଁ ସେଭଳି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନାହିଁ । ଆହତ ହସ୍ପିଟାଲକୁ ଆସିଲେ ସର୍ଜରୀ ପାଖ ରୁମ୍‌ରେ ଚିକିତ୍ସିତ ହୁଅନ୍ତୁ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ମଧ୍ୟ ଯାଉଛି । ସେଠାରେ କେବଳ ମଶାରୀ ସହିତ ପୁରୁଣା କାଳିଆ ପଦ୍ଧତିରେ ଚିକିତ୍ସା କରାଯାଉଛି । ଏପରି  କ୍ଷେତ୍ରରେ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌ ସ୍ଥାପନ ଲାଗି ଜରୁରି ହୋଇପଡ଼ିଛି । ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ହୋଇଥିବା  ଅଘଟଣ ଏକ ଚୋତାବନୀ ଦେଇଛି ।  

ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବୁଧବାର ବାଣ ବିସ୍ଫାରଣରେ ୫୦ରୁ ଅଧିକ ଆହତ ହୋଇଥି ବେଳେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍‌ ବଡ଼ ବିସ୍ଫୋରଣ  ହୋଇଥିଲା । ସମସ୍ତ ଆହତଙ୍କୁ ପୁରୀ  ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପର୍ଯ୍ୟାପ୍ତ ବର୍ଣ୍ଣ ୟୁନିଟ୍‌ ନଥିବାରୁ ଆହତଙ୍କୁ କଟକ ଏସ୍‌ସିବିକୁ  ସ୍ଥାନାନ୍ତର କରାଯାଇଥିଲା । 

ଉଲ୍ଲେଖଯୋଗ୍ୟ, ଏମ୍‌ସ ଭୁବନେଶ୍ୱର ବର୍ଣ୍ଣ ୟୁନିଟ୍‌ରେ ୩୬ଟି ଶଯ୍ୟା ରହିଛି । ଯେଉଁଥିରେ ୬ଟି ଆଇସିୟୁ ବ୍ୟବସ୍ଥା ରହିଛି । ସେହିପରି ଏସ୍‌ସିବିରେ ମଧ୍ୟ ବର୍ଣ୍ଣ ୟୁନିଟ୍‌ରେ ୯ଟି ଶଯ୍ୟା ରହିଛି ।  କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବର୍ଣ୍ଣ  ୟୁନିଟ୍‌ ନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.