ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଗାଡ଼ି ଧକ୍କାରେ ଇନୋଭା କାଚ ଭାଙ୍ଗିଗଲା ବୋଲି...ବାଇକ୍‌ ଚାଳକଙ୍କୁ ଅପହରଣ କରିନେଲେ; ଚଢ଼ଉ କରି ପେଟ୍ରୋଲ୍‌ ପମ୍ପ ମାଲିକ ଓ ଡ୍ରାଇଭର ବାନ୍ଧିଲା ପୋଲିସ

କଟକ,୧୪/୧୧: ଦୁର୍ଘଟଣାରେ ଗୋଟିଏ କାର୍‌ର ପଛ କାଚ ଭାଙ୍ଗିଯିବାରୁ ଧକ୍କା ଦେଇଥିବା ବାଇକ୍‌ ଚାଳକଙ୍କୁ ଖୋଦ୍‌ କାର୍‌ ମାଲିକ ଅପହରଣ କରି ନେଇଗଲେ । ଭାଙ୍ଗିଥିବା କାଚର ଟଙ୍କା ପାଇବା ପାଇଁ ବାଇକ୍‌  ଚାଳକଙ୍କୁ ସେ ନିଜ କାର୍‌ରେ ଉଠାଇନେଇ  ଢେଙ୍କାନାଳ ପଳାଇଥିଲେ । ସେଠାରେ ରଖି  ମାଡ଼ ମଧ୍ୟ ମାରିଥିଲେ । ତେବେ ଘଟଣା  ନେଇ ପୁଲିସ ଖବର ପାଇବା ପରେ  ବାଇକ୍‌ ଚାଳକଙ୍କୁ ଉଦ୍ଧାର କରିବା ସହିତ  ଦୁଇ ଅପହରଣକାରୀଙ୍କୁ ଗିରଫ କରିଛି ।  ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି  କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ରେଳ  ଅଣ୍ଡରପାସ୍‌ ପାଖରେ । ଗିରଫ ଅଭିଯୁକ୍ତଦ୍ୱୟ  ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ  ମଙ୍ଗଳପୁରର ପେଟ୍ରୋଲ୍‌ ପମ୍ପ ମାଲିକ ଶକ୍ତି  ପ୍ରସାଦ ପରିଡ଼ା ଓ ତାଙ୍କ ଡ୍ରାଇଭର ସେହି ଥାନା  ଅଧୀନସ୍ଥ ସରିଓ ଗାଁର ନରେଶ ନାୟକ । ଦୁଇ  ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଢେଙ୍କାନାଳର ଶକ୍ତି ପ୍ରସାଦ ଗତ ଅକ୍ଟୋବର ମାସରେ ଭୁବନେଶ୍ୱରରୁ ଏକ ଇନୋଭା ଗାଡ଼ି  କିଣିଥିଲେ । ସେ ରବିବାର ଉକ୍ତ କାର୍‌ର ସର୍ଭିସ୍‌ କରାଇବାକୁ ଭୁବନେଶ୍ୱର ଆସିଥିଲେ । ସର୍ଭିସିଂ  କାମ ସାରି ସେ ଘରକୁ ଫେରୁଥିଲେ । ତାଙ୍କ କାର୍‌ଟି ବାଲିକୁଦା ରେଳ ଅଣ୍ଡରପାସ୍‌ ଅତିକ୍ରମ  କରି ଆରପଟକୁ ଯାଉଥିଲା । ଅଣ୍ଡରପାସ୍‌  ପରେ ଛୋଟ ଛୋଟ ୫ଟି ହମ୍ପସ୍‌ ଅଛି । ଉକ୍ତ  ହମ୍ପସ୍‌ରେ କାର୍‌ ଗତି କମ୍‌ କରି ଯାଉଥିବା ବେଳେ ପଛରୁ ସିଡିଏ ସେକ୍ଟର-୮ରେ ରହୁଥିବା  ଅନୁଗୁଳ ପାଲଲହଡ଼ାର ଦୋଳେଶ୍ୱର ନାୟକ ଏକ ବୁଲେଟ୍‌ ବାଇକ୍‌ରେ ଯାଇ ତାଙ୍କ କାର୍‌ ସହିତ ପିଟି ହୋଇଯାଇଥିଲେ । ହମ୍ପ୍‌ସ୍‌ରେ  ହଠାତ୍‌ କାର୍‌ଟିର ଗତି କମ୍‌ ହୋଇଯିବାରୁ  ତାହା ଜାଣିନପାରି ଦୋଳେଶ୍ୱର କାର୍‌ ପଛରେ  ନିଜ ବୁଲେଟ୍‌ ବାଡ଼େଇ ଦେଇଥିଲେ । ଏଥିରେ ଇନୋଭା କାର୍‌ର ପଛ କାଚ ଭାଙ୍ଗିଯିବା ସହିତ  ପଛ ଷ୍ଟିଲ୍‌ ଗାର୍ଡ ମଧ୍ୟ ବଙ୍କା ହୋଇଯାଇଥିଲା ।  

ଏଭଳି ସ୍ଥିତିରେ କାର୍‌ ଭିତରୁ ବାହାରକୁ ଚାଲିଆସି ମାଲିକ ଶକ୍ତି ପ୍ରସାଦ ତୁରନ୍ତ କ୍ଷତିପୂରଣ ଦେବାକୁ କହିଥିଲେ । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶକ୍ତି କହିବା ସହିତ ଏହି ଟଙ୍କା ଦାବି କରିଥିଲେ । ଟଙ୍କା ଦେବାକୁ ଦୋଳେଶ୍ୱର ମନା କରିଥିଲେ । ଏଭଳି ସ୍ଥିତିରେ ଶକ୍ତିପ୍ରସାଦ ନିଜ କାର୍‌ରେ ଜବରଦସ୍ତ ଦୋଳେଶ୍ୱରଙ୍କୁ ଭର୍ତ୍ତି କରି ମର୍କତନଗର ଥାନା ଅଭିମୁଖେ ନେଇଗଲେ । ସେଠାରେ ଯାଇ ପଇସା ଦେବାକୁ କହିଲେ । ଏହା ମଧ୍ୟରେ ଦୋଳେଶ୍ୱର ନିଜର କିଛି ସାଙ୍ଗଙ୍କୁ ଫୋନ୍‌ କରି ତାଙ୍କୁ ଜଣେ ଅପହରଣ କରି ନେଉଥିବା କହିଥିଲେ । ଏପରିକି ନିଜର ଲାଇଭ୍‌ ଲୋକେସନ୍‌ ମଧ୍ୟ ପଠାଇଦେଲେ । ତେବେ ଶକ୍ତିପ୍ରସାଦ ଏହି ବିଷୟ ଜାଣିବା ପରେ ଆଉ କାର୍‌କୁ ମର୍କତନଗର ଥାନା ନେଇନଥିଲେ । ମଧୁସୂଦନ ସେତୁ ବାଟ ଦେଇ ସିଧା ଢେଙ୍କାନାଳର ନିଜ ପେଟ୍ରୋଲ୍‌ ପମ୍ପକୁ ନେଇଯାଇଥିଲେ । ସେଠାରେ ଦୋଳେଶ୍ୱରଙ୍କୁ  ରଖି ମାରଧର ଆରମ୍ଭ କରିଦେଇଥିଲେ ।  

ତେବେ ଇତିମଧ୍ୟରେ ଦୋଳେଶ୍ୱର ଦେଇଥିବା ତଥ୍ୟକୁ ଆଧାର କରି ତାଙ୍କ ସାଙ୍ଗମାନେ  ଢେଙ୍କାନାଳ ପୁଲିସକୁ ଖବର ଦେଇଥିଲେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଏହି ସୂଚନା ପାଇବା ପରେ ସେହି ପେଟ୍ରୋଲ୍‌ ପମ୍ପରେ ଚଢ଼ଉ କରି ଦୋଳେଶ୍ୱରଙ୍କୁ ଉଦ୍ଧାର କରିଥିଲା । ତେବେ ଘଟଣାଟି କଟକ ସଦର ଥାନା ଅଞ୍ଚଳରୁ ଆରମ୍ଭ ହୋଇଥିବାରୁ ଭାପୁର ପୁଲିସ ଏହି ବିଷୟ ତୁରନ୍ତ କଟକ ସଦର ଥାନାକୁ ଜଣାଇବା ସହିତ ଦୋଳେଶ୍ୱରଙ୍କୁ ମଧ୍ୟ ହସ୍ତାନ୍ତର କରିଥିଲା । ଦୋଳେଶ୍ୱର ଘଟଣା ନେଇ ଏତଲା ଦେବା ପରେ ସଦର ଥାନା ପୁଲିସ ପମ୍ପ ମାଲିକ ଶକ୍ତି ପ୍ରସାଦ ଓ  ଡ୍ରାଇଭର ନରେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶକ୍ତି ପ୍ରସାଦଙ୍କ ଇନୋଭା ଗାଡ଼ି ଓ ବୁଲେଟ୍‌ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଥିବା କଟକ ସଦର ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.