ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରଲର୍ ପଛରେ ପିଟିହେଲା କାର୍; ଜଣେ ମୃତ , ୩ ଆହତ

ଟାଙ୍ଗି, ୨୪।୩: ଟ୍ରଲର୍ ପଛରେ ପିଟି ହୋଇଗଲା କାର୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧିନସ୍ଥ ଗୌରଚନ୍ଦ୍ରପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୨ ଯୁବକ ଓ ୨ ଜଣ ଯୁବତୀ ଏକ କାର୍ ଯୋଗେ ଭୁବନେଶ୍ୱରରୁ ଚିଲିକା ଭ୍ରମଣରେ ଯାଉଥିବା ବେଳେ ଅଧାବାଟରେ ଏହି ଦୁର୍ଘଟଣା ଘଟିଛି । 

ମୃତ ଯୁବକ ଜଣକ ଧାମନଗରସ୍ଥିତି ଜାହାଙ୍ଗୀର ଅଞ୍ଚଳର ଶୁଭକାନ୍ତ ରାଉତଙ୍କର ୨୮ ବର୍ଷର ପୁଅ ଅମରଜ୍ୟୋତି ରାଉତ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ରତ୍ନାକର ସାମନାରାୟଙ୍କର ୨୪ ବର୍ଷର ପୁଅ ଦିପ୍ତୀ ସାମନାରାୟ । ଠିକ୍ ସେହିପରି ଆହତ ହୋଇଛନ୍ତି ୨ ଜଣ ଯୁବତୀ ହେଉଛନ୍ତି ରଞ୍ଜିତା ନାୟକ ଓ କୋମଲ ଶର୍ମା ଏମାନଙ୍କ ଘର କଳାହାଣ୍ଡି ଅଞ୍ଚଳର । ମଉଜ-ମଜଲିସ୍ କରିବା ପାଇଁ ପରିବାର ଲୋକଙ୍କ ଅଗୋଚରରେ ଏମାନେ ଚିଲିକା ଭ୍ରମଣରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚାନ୍ଦପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.