ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଭାରତୀୟ ନ୍ୟାୟ ସଂହିତା ଅଧୀନରେ ପ୍ରଥମ ମାମଲା ରୁଜୁ କଲା ସିବିଆଇ

Image Courtesy: iasexam

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ନୂଆ ଅପରାଧିକ ଆଇନ୍‌ ଲାଗୁ ହୋଇଛି । ଭାରତୀୟ ନ୍ୟାୟ ସଂହିତ ଦେଶରେ ଲାଗୁ ହେବା ପରେ ଏବେ ପୋଲିସ ନୂଆ ଆଇନ୍‌ ଅଧୀନରେ ମାମଲା ରୁଜୁ କରୁଛି । ଓଡ଼ିଶା,ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌) ଅଧୀନରେ ମାମଲା ରୁଜୁ ହୋଇଛି । 

 ଏବେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ୍‌ (ସିବିଆଇ) ବିଏନଏସ୍‌ ଅଧୀନରେ ପ୍ରଥମ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲସ ଅଧିକାରୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ନେଇ ମାମଲା ହୋଇଛି । ତିହାର ଜେଲରେ ବନ୍ଦୀ ଥିବା ଜଣେ କଏଦୀକୁ ବାହାର କରିବା ଲାଗି ସଂପୃକ୍ତ ପୋଲିସ ଅଧିକାରୀ ତାଙ୍କ ଭାଇଙ୍କୁ ଟଙ୍କା ମାଗିଥିଲେ । 

ଦିଲ୍ଲୀର ମ୍ୟାରିସ୍‌ ନଗରରେ ନାର୍କୋଟିକ୍ସ ସେଲରେ ଥିବା ହେଡ୍‌ କନଷ୍ଟେବଲ ରବୀନ୍ଦ୍ର ଢ଼ାକା ଏବଂ ପରବୀନ ସୈନୀଙ୍କ ବିରୋଧରେ ବିଏନଏସ୍‌ ୬୧ (୨) (ଅପରାଧିକ ଷଡ଼ଯନ୍ତ୍ର) ଏବଂ ଲାଞ୍ଚ ନେଇ ମାମଲା ରୁଜୁ କରିଛି ସିବିଆଇ । ଅଭିଯୋଗକାରୀଙ୍କ ଭାଇକୁ ତିହାର ଜେଲରୁ ମୁକୁଳାଇବା ଲାଗି ରବୀନ୍ଦ୍ର ଏବଂ ପରବୀନ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସୂଚନା ଅନୁସାରେ, ସଂପୃକ୍ତ କଏଦୀ ପାଖରୁ ନିଷିଦ୍ଧ ଔଷଧ ମିଳିଥିଲା । ଏହି ଔଷଧ ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ମିଳିପାରେ ନାହିଁ । 

 ରବୀନ୍ଦ୍ର ଏବଂ ପରବୀନ୍‌ ଭୁଲ ତଥ୍ୟ ପ୍ରସ୍ତୁତ କରି କୋର୍ଟରେ ଦେଖାଇ ଅଭିଯୋଗକାରୀଙ୍କ ଭାଇକୁ ଜେଲରୁ ବାହାର କରିଥାନ୍ତେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ପ୍ରତିବଦଳରେ ସେମାନେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।ଏପରିକି ତଦନ୍ତ ଅଧିକାରୀ ଅଢ଼େଇ କୋଟି ଟଙ୍କା ନେବେ ବୋଲି ରବୀନ୍ଦ୍ର ଏବଂ ପରବୀନ ଦାବି କରିଥିବା ନେଇ ଜାଣିବାକୁ ପାଇଛି ସିବିଆଇ । 

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.