ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ନିଟ୍‌-ୟୁଜି ପେପର ଲିକ୍‌ ମାମଲାରେ ସିବିଆଇର ଆକ୍ସନ , ରୁଜୁ କଲା ପ୍ରଥମ ଏଫଆଇଆର

ନୂଆଦିଲ୍ଲୀ – ନିଟ୍‌ ୟୁଜି ପେପର ଲିକ୍‌କୁ ନେଇ ସାରା ଦେଶରେ ଉଠିଛି ପ୍ରଶ୍ନ। ଯାହାର ଯାଞ୍ଚ ସିବିଆଇ  କରୁଛି। ଏହି ମଧ୍ୟରେ ସିବିଆଇ ଉକ୍ତ ମାମଲାରେ ଆକ୍ସନ ନେଇ ପ୍ରଥମ ଏଫଆଇଆର ରୁଜୁ କରିଛି। ସୂତ୍ରାନୁସାରେ , ସିବିଆଇ ଅନେକ ଧାରା ଅନୁସାରେ, କେସ୍‌ ରୁଜୁ କରିଛି। ଅଧିକାରୀମାନେ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସନ୍ଦର୍ଭର ଆଧାରରେ ସିବିଆଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ନୂଆ ମାମଲା ରୁଜୁ କରିଛି। 

ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ୫ ମେ’ରେ ଆୟୋଜିତ ନିଟ୍‌ ୟୁଜି ପରୀକ୍ଷାରେ କଥିତ ଅନିୟମିତତା , ଠକେଇର କିଛି ମାମଲା ସାମନାକୁ ଆସିଛି। ଏକ ସମୀକ୍ଷା ପରେ ପରୀକ୍ଷା ପ୍ରକ୍ରିୟାର ସଞ୍ଚାଳନରେ ସ୍ୱଚ୍ଛତା ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି କି, ମାମଲାକୁ ବ୍ୟାପକ ଯାଞ୍ଚ ପାଇଁ ସିବିଆଇକୁ ପ୍ରଦାନ କରାଯାଉ।

ନିଟ୍‌-ୟୁଜି ପେପର ଲିକ୍‌ ମାମଲାରେ ବିହାର, ଝାଡ଼ଖଣ୍ଡ, ଗୁଜରାଟ ଓ ମହାରାଷ୍ଟ୍ରରେ ଅନେକ ଲୋକଙ୍କ ଗିରଫ କରାଯାଇଛି। କହି ରଖୁଛୁ କି, ବିହାର ପୁଲିସର ଆର୍ଥିକ କ୍ରାଇମ୍‌ ୟୁନିଟ୍‌ (ଇଓୟୁ)ର ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରୁ ୧୩ ଲୋକଙ୍କୁ ଗିରଫ କରିଛି। ସେଠାରେ ଗୁଜରାଟ ପୁଲିସ ୬ଡର୍ଜନରୁ ଅଧିକ ଲୋକଙ୍କୁ ଗିରଫ କରିଛି। ସେପଟେ ଝାଡ଼ଖଣ୍ଡର ଦେଓଘରରୁ ମଧ୍ୟ ୬ ଜଣ ଲୋକ ଗିରଫ ହୋଇଛନ୍ତି।

କହି ରଖୁଛୁ କି ନିଟ୍‌-ୟୁଜିର ପରୀକ୍ଷା ୫ ମେ’ ରେ ୪,୭୫୦ଟି କେନ୍ଦ୍ରରେ ଆୟୋଜିତ କରାଯାଇ ଥିଲା ଏବଂ ପାଖାପାଖି ୨୪ ଲକ୍ଷ ପ୍ରାର୍ଥୀ ଏଥିରେ ସାମିଲେ ହୋଇଥିଲେ। ପରୀକ୍ଷାର ଫଳାଫଳ ୧୪ ଜୁନ୍‌ରେ ଘୋଷଣା ହେବାର ଆଶା ଥିଲା, କିନ୍ତୁ ଏହାକୁ ସମୟ ପୂର୍ବରୁ ୪ଜୁନ୍‌ରେ ଘୋଷିତ କରିଦିଆ ଗଲା, କାରଣ ଉତ୍ତର ସିଟ୍‌ର ମୂଲ୍ୟାଙ୍କନ ପ୍ରଥମେ ପୂରା ହୋଇଯାଇ ଥିଲା। ଏବେ ରେଜଲ୍ଟ ପରେ ପେପରକୁ ନେଇ ସାରା ଦେଶର ଅନେକ ସହରରେ ବିରୋଧ ପ୍ରଦର୍ଶନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.