ପ୍ରମୁଖ ଖବର
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ଅନକାବେଡ଼ାରେ ବିହନ ଛିନା ମାଟି ପର୍ବ ପାଳନ

ଚନ୍ଦାହାଣ୍ଡି,୧୦/୬ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ   ଅନକାବେଡା ପଞ୍ଚାୟତ ସଦରଠାରେ  ଚାଷୀମାନେ ଅଖି ମୁଠି ଅନୁକୂଳ କରିବା ସହ ବିହନ ଛିନା ମାଟି ପର୍ବ ପାଳନ କରିଛନ୍ତି । ଏ ନେଇ ଅନକାବେଡା ଗାଉଁଟିଆ ନିମାଇଁ ଚରଣ ପାଣ୍ଡେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ବିହନ ନେବା ପାଇଁ ପ୍ରତି ଚାଷୀଙ୍କ ଘରେ ଲିପା ପୋଛା ହୋଇଥିବା ନେଇ ସୂଚନା ଦେଇଛନ୍ତି l ଠିକ ସମୟରେ ବିହନ ଯୋଗାଇ ଦେବା ନିମନ୍ତେ ସମସ୍ତ ଚାଷୀ ପ୍ରଶାସନକୁ ଅନୁରୋଧ କରିଛନ୍ତି l

ଗାଁଉଟିଆ ନିମାଇଁ ଚରଣ ପାଣ୍ଡେଙ୍କ କହିବା ଅନୁସାରେ ଆଜି  ଜରାବନ୍ଧ, ଅନକାବେଡା ଏବଂ ନୁଆଁପଡ଼ା ଚାଷୀମାନେ ସମସ୍ତେ ନିଜନିଜ ମଧ୍ୟରେ  ପୂଜା ବିଧି ଏବଂ ବଳିଦାନ ପାଇଁ  ଚାନ୍ଦା କରିଥିଲେ । ଏହାସହ ଗ୍ରାମର ପାଣ୍ଡିରୀ ବନ୍ଦ ଠାରେ ବିହନ ଛିନା ମନ୍ଦିରଠାରେ ପରମ୍ପରିକ ବାଦ୍ୟ ବାଜଣା ସହ ଏକତ୍ରିତ ହୋଇ ଗ୍ରାମର ଦେବୀଙ୍କ ପୂଜକ ଭୁଜବଳ ପୂଜାରୀ ଏବଂ ତାଙ୍କର ଭସେବାୟତ (ନରିଆ ) ସୁନାଧର ନାଗ, ଗାଁଉଟିଆ ସେବାୟତ ମଳୟ ବଗର୍ତ୍ତୀ ଙ୍କ ଦ୍ୱାରା ଅଖିମୁଠି ଅନୁକୂଳ କରିଥିଲେ । 

ପରେ ଦେବୀଙ୍କଠାରେ ବଳିଦାନ ଦେବାସହ ନୁଆଁ କପଡାରେ ଚାଷୀମାନେ ବିହନ ପୂଜକ ଏବଂ ଗାଁଉଟିଆଠାରୁ ଗ୍ରହଣ କରି ଥିଲେ l ସେବାୟତ ସୁନାଧର ନାଗ, ଏବଂ ମଳୟ ବଗର୍ତ୍ତୀ ବିହନ ଗ୍ରହଣ କରୁଥିବା ଚାଷୀଙ୍କ ଦେହରେ କାଦୁଅ ବୋଳିଥିଲେ l ଏହାଦ୍ୱାରା ଜମିରେ ଭଲ ଫସଲ ଉପୁଜି ଥାଏ ବୋଲି ଚାଷୀଙ୍କ ବିଶ୍ଵାସ l ପରେ ପୂଜକ ଏବଂ ଗାଁଉଟିଆ ଙ୍କୁ ଚାଷୀମାନେ ବାଦ୍ୟ ବାଜଣା ସହ ଗ୍ରାମକୁ ପାଛୋଟି ଆଣିଥିଲେ l ଠିକ ସମୟରେ ବିହନ ଯୋଗାଇ ଦେବାକୁ ସମସ୍ତ ଚାଷୀମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି l ଏଥିରେ ଚାଷୀ ଗଙ୍ଗାରାମ ମାଝି, ରଘୁ ମରକାମ, ଘାଷିରାମ ମାଝି, ନୀଳାମ୍ବର ମାଝି, ଜୟରାମ ପାଣ୍ଡେ, କାର୍ତ୍ତିକ ପାଣ୍ଡେ, ଅଭି ପାଣ୍ଡେ, କେଶବ ଗୋପାଳ, ଗୁପ୍ତେଶ୍ୱର ଦାସ, ମଣିରାମ ଖରସେଲ, ହିରଣ୍ୟ ଲିମଗୋଛିଆ, କୌଲାସ ପାଣ୍ଡେ କିଶୋର ପାଣ୍ଡେ ପ୍ରମୁଖ ଚାଷୀ ଉପସ୍ଥିତ ରହି ଅଖି ମୁଠି ଅନୁକୂଳ କରିବାରେ ସହଯୋଗ କରିଥିଲେ l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.