ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଏ ଦଖଲ କରିବ ଭୁବନେଶ୍ୱର ? ଘୋଷଣା ପରେ କଂଗ୍ରେସ ଭବନରେ ସେଲିବ୍ରେସନ୍‌

ଭୁବନେଶ୍ୱର, ୧୪।୪: କିଏ ଦଖଲ କରିବ ଭୁବନେଶ୍ୱର ଲୋକସଭା ଆସନ । କାହାର ହେବ ଜିତାପଟ । ବିଜେଡି, ବିଜେପି ନା କଂଗ୍ରେସ । ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ମୈଦାନରେ ହେବ କଡ଼ା ଟକ୍କର । ପ୍ରଥମେ ବିଜେପି ସାଂସଦ ପ୍ରାର୍ଥୀ ଭାବେ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଘୋଷଣା କରିଥିବା ବେଳେ ପରେ ବିଜେଡି କଂଗ୍ରେସର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥଙ୍କୁ ପ୍ରାର୍ଥୀ କରିଥିଲା । ଅପରାଜିତା ଜଣେ ପୂର୍ବତନ ପ୍ରଶାସିକା ସହିତ ସାଂସଦ ଭାବେ ତାଙ୍କର ୫ ବର୍ଷର କାମକୁ ଆୟୁଧ କରି ନିର୍ବାଚନ ଲଢୁଛନ୍ତି । ସେହିପରି ମନ୍ମଥ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହିତ ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ କହି ସମର୍ଥନ ଲୋଡୁଛନ୍ତି । ଆଉ ଏମାନଙ୍କ ସହ ଲଢ଼ିବାକୁ ଶନିବାର କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ଛାତ୍ରକଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କ ନାମ ଘୋଷଣା କରିଛି । ୟାସିରଙ୍କ ନାମ ଘୋଷଣା ପରେ କଂଗ୍ରେସ ଭବନରେ ସେଲିବ୍ରେସନ୍‌ ଆରମ୍ଭ ହୋଇଯାଇଛି । 

ୟାସିର ଦୀର୍ଘ ଦିନ ହେବ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଅଛନ୍ତି । ନିକଟରେ ୟାସିର ଏକ ବିଶାଳ ଇଫତାର ପାର୍ଟି ଆୟୋଜନ କରିଥିଲେ । ସେଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଭାଇଭଉଣୀ ଯୋଗ ଦେଇଥିଲେ । ଏହି ଅବସରରେ ୟାସିର କହିଛନ୍ତି, ଦୀର୍ଘ ଦିନ ହେବ କଂଗ୍ରେସ ପାଇଁ କାମ କରୁଥିଲୁ । ଉଭୟ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଆନ୍ଦୋଳନ କରିଛୁ । ପୁଲିସ୍‌ ଆକ୍ରମଣର ଶିକାର ହୋଇଛୁ । ଭରସା ଥିଲା ଦଳ ନିହାତି ଆମ କଥା ବୁଝିବ । ଭୁବନେଶ୍ୱର ଲୋକସଭା ଆସନରେ ଦଳ ପ୍ରାର୍ଥୀ କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର, ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ କଳାଧନ ବିରୋଧରେ ସତ୍ୟର ଲଢ଼େଇ ହେବ ବୋଲି ୟାସିର କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ୪ ଲକ୍ଷ ଭୋଟ ପାଇ ଜିତିଥିବା ବେଳେ କଂଗ୍ରେସର ସନ୍ତୋଷ ମହାନ୍ତି ୧ ଲକ୍ଷ ୪୭ ହଜାର ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଅର୍ଚ୍ଚନା ନାୟକ ୯୩ହଜାର ୯୮୦ ଭୋଟ ପାଇଥିଲେ । ୨୦୧୪ରେ ପୁଣି ବିଜେଡି ପ୍ରାର୍ଥୀ ଶ୍ରୀ ପାଟ୍ଟଶାଣୀ ୪ଲକ୍ଷ ୩୯ ହଜାର ଭୋଟ ପାଇ ଜିତିଥିବା ବେଳେ ଦ୍ୱିତୀୟ ସ୍ଥାନକୁ ବିଜେପି ଆସିଥିଲା । ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ୨ଲକ୍ଷ ୪୯ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିନେତା ବିଜୟ ମହାନ୍ତି ଲକ୍ଷେ ୪୫ ହଜାର ଭୋଟ ପାଇଥିଲେ । ୨୦୧୯ ବେଳକୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୪ଲକ୍ଷ ୮୬ ହଜାର ଭୋଟ ପାଇ ଜିତିଥିଲେ । ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ୪ଲକ୍ଷ ୬୩ ହଜାର ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା । ୟୁପିଏ ମେଣ୍ଟରେ ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇ ମାତ୍ର ୨୩ ହଜାର ଭୋଟ ପାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.