ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହ୍ବାଟସଆପ୍ ୟୁଜରଙ୍କୁ ସତର୍କ କରାଇଲେ ସରକାର, କହିଲେ- ଭୁଲରେ ଉଠାନ୍ତୁ ନାହିଁ ଏହି ନମ୍ବରରୁ ଆସୁଥିବା କଲ୍‌

ନୂଆଦିଲ୍ଲୀ,୨୯।୩: ଦୂର ସଞ୍ଚାର ବିଭାଗ ଡିଓଟି ବିଦେଶରୁ ଆସୁଥିବା ଫେକ୍ କଲ୍‌ ସମ୍ପର୍କରେ ଶୁକ୍ରବାର ଜନତାଙ୍କୁ ଚେତାବନୀ ଦେଇଛି। ଏହା ସହିତ ବିଦେଶରୁ ଆସୁଥିବା ନମ୍ବର ଆସୁଥିଲେ କାଟି ଦେବାକୁ କହିଛି। କିଛି ମୋବାଇଲ ୟୁଜର ଅଭିଯୋଗ  କରୁଛନ୍ତି, ଯେ ତାଙ୍କୁ ପରିବହନ ବିଭାଗ ବୋଲି କହି କୌଣସି ବ୍ୟକ୍ତିଙ୍କ କଲ୍‌ ଆସୁଛି, ଯିଏକି ତାଙ୍କର ସବୁ ମୋବାଇଲ ନମ୍ବରକୁ ଡିସ୍‌କନେକ୍ଟ କରିବା କିମ୍ବା ତାକୁ ଅବୈଧ ଗତିବିଧି ପାଇଁ ଉପଯୋଗ କରିବାର ଧମକ ଦେଉଛି। ଏଭଳି ଅଭିଯୋଗ ପରେ ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନ୍ (ଡିଓଟି)ମୋବାଇଲ ୟୁଜରଙ୍କୁ ସତର୍କ ରହିବାକୁ କହିଛନ୍ତି।

ସରକାର ବିଦେଶୀ ନମ୍ବର +୯୨ ଥିବା ନମ୍ବରରୁ ଆସୁଥିବା ଇନକମିଂ କଲ୍‌କୁ ନେଇ ସାବଧାନ ରହିବାକୁ କହିଛନ୍ତି। ଏଭଳି କଲ୍‌କୁ ଆଟେଣ୍ଟ ନକରିବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ଏହି ନୂଆ ଆଡଭାଇଜରୀରେ କୁହାଯାଇଛି ଏଭଳି କୌଣସି ଯଦି କଲ୍‌ ଆପଣଙ୍କ ପାଖକୁ ଆସେ, ତେବେ ଏ ବିଷୟରେ ସଞ୍ଚାର ସାଥୀ ପୋର୍ଟାଲକୁ ରିପୋର୍ଟ କରନ୍ତୁ।

ଡିଓଟି କହିଛି ସେ ନିଜ ପକ୍ଷରୁ ଏଭଳି କୌଣସି କଲ୍‌ କରିବାର ଅନୁମତି ଦେବ ନାହିଁ ଓ ଉପଭୋକ୍ତାଙ୍କୁ ସାବଧାନ ରହିବାକୁ କହିଛି। ଏଭଳି କଲ୍‌ ଆସିଲେ କୌଣସି ସୂଚନାର ଖୁଲାସା ନକରିବାକୁ କହିଛନ୍ତି। ମନ୍ତ୍ରଣାଳୟ କହିଛି, ଦୂରସଞ୍ଚାର ବିଭାଗ ନିଜ ପକ୍ଷରୁ କାହାକୁ ବି ଏଭଳି କଲ୍‌ କରିବାକୁ କହିନି। ସେଥିପାଇଁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଭଳି କେହି ଫୋନ୍ କରୁଥିଲେ କୌଣସି ସୂଚନା ନଦେବାକୁ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.