ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଲୋକସଭା ନିର୍ବାଚନ ପ୍ରସ୍ତୁତି ପର୍ବ: କେନ୍ଦ୍ରୀୟ ବାହିନୀ ମୁତୟନ ପ୍ରକିୟା ଆରମ୍ଭ, ପ୍ରଥମ ସପ୍ତାହ ସୁଦ୍ଧା ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର ପହଞ୍ଚିବେ ଯବାନ

Published By : Prameya | March 1, 2024 3:04 PM

ନୂଆଦିଲ୍ଲୀ,୦୧/୦୩: ଆଗାମୀ ଲୋକସଭା ନିର୍ବାଚନ  ଓ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ମୋଟ ୩ ଲକ୍ଷ ୪୦ ହଜାରରୁ ଅଧିକ କେନ୍ଦ୍ରୀୟ ବାହିନୀର ଯବାନଙ୍କୁ ମୁତୟନ କରାଯିବ । ସେଥିପାଇଁ ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ଶୁକ୍ରବାରଠୁ ଅର୍ଥାତ ମାର୍ଚ୍ଚ ୧ରୁ  କେନ୍ଦ୍ରୀୟ ବାହିନୀର ଯବାନଙ୍କୁ ମୁତୟନ ପ୍ରକିୟା ଆରମ୍ଭ ହୋଇଛି। ଅତି ସମ୍ବେଦନଶୀଳ ଅଞ୍ଚଳରେ ୨ ହଜାର କମ୍ପାନି କେନ୍ଦ୍ରୀୟ  ବାହିନୀ (ପ୍ରାୟ ୧.୫ ଲକ୍ଷ ଯବାନ) ମୁତୟନ ହେବ । 

ମାର୍ଚ୍ଚ  ପ୍ରଥମ ସପ୍ତାହ ସୁଦ୍ଧା ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର ଓ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀ ପହଞ୍ଚିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ କେନ୍ଦ୍ରୀୟ ବାହିନୀର ମୁତୟନ ମାର୍ଚ୍ଚ  ୭ରୁ ଆରମ୍ଭ ହେବ । ଏହା ପରେ ମାର୍ଚ୍ଚ ଦ୍ୱିତୀୟ ଓ ତୃତୀୟ  ସପ୍ତାହ ସୁଦ୍ଧା ଅବଶିଷ୍ଟ ଅଞ୍ଚଳରେ କେନ୍ଦ୍ରୀୟ ବାହିନୀର ଯବାନଙ୍କୁ  ପହଞ୍ଚାଇବାର ବ୍ୟବସ୍ଥା ହୋଇଛି । 

କେନ୍ଦ୍ରୀୟ ସଶସ୍ତ୍ର ବାହିନୀର  ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ମୁତୟନ ହେବାକୁ ଥିବା ଯବାନଙ୍କୁ ସମ୍ପୃକ୍ତ ଅଞ୍ଚଳ ସହ ପରିଚିତ କରାଇବା ଲାଗି ସମସ୍ତ କମାଣ୍ଡିଂ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଆଦେଶ ଓ କେନ୍ଦ୍ରୀୟ ବାହିନୀର ନିର୍ଦ୍ଦେଶ ଅନୁପାଳନ କରିବାକୁ ସେମାନଙ୍କୁ କୁହାଯାଇଛି । ଏହି କେନ୍ଦ୍ରୀୟ ବାହିନୀରେ ସିଆରପିଏଫ, ବିଏସ୍‌ଏଫ, ଆଇଟିବିପି, ସିଆଇଏସ୍‌ଏଫ ଏବଂ ଏସ୍‌ଏସ୍‌ବି ଯବାନ ସାମିଲ ଅଛନ୍ତି । ଲୋକସଭା ନିର୍ବାଚନ ସହିତ ଦେଶର ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ କରାଯିବ । ଏସବୁ  ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ  ପ୍ରଦେଶ ଓ ସିକ୍କିମ । ମତଦାନକୁ ନିରପେକ୍ଷ ଓ ଅବାଧ କରିବା  ଲାଗି ନିର୍ବାଚନ କମିଶନ କେନ୍ଦ୍ରୀୟ ବାହିନୀ ଓ ରାଜ୍ୟ ପୁଲିସର  ମୋଟ ୩୪୦୦ କମ୍ପାନି ମାଗିଛନ୍ତି । ମାର୍ଚ୍ଚରେ ନିର୍ବାଚନ କମିଶନ  ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.