ପ୍ରମୁଖ ଖବର
  • ଭୁବନେଶ୍ଵର : ଭୁବନେଶ୍ୱରରେ ବିଲ୍‌ ଗେଟ୍ସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ, କୃଷିଭବନ ଓ ବସ୍ତି ବୁଲିବାର ରହିଛି କାର୍ଯ୍ୟକ୍ରମ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆସ୍ଥା ଭୋଟ ଜିତିଲେ ଚମ୍ପାଇ ସରକାର: ସପକ୍ଷରେ ୪୭ ଭୋଟ, ବିପକ୍ଷରେ ୨୯

ରାଞ୍ଚି,୫।୨:  ଝାଡଖଣ୍ଡରେ ନବଗଠିତ ଚମ୍ପାଇ ସୋରେନ୍ ସରକାର ଜିତିଛନ୍ତି ଆସ୍ଥା ଭୋଟ। ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ଥିବା ବେଳେ ମୋଟ ୪୭ ଜଣ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି, ବିପକ୍ଷରେ ୨୯ ଖଣ୍ଡ ଭୋଟ ପଡିଛି। ଝାଡଖଣ୍ଡ ବିଧାନସଭାରେ ମୋଟ ୮୧ ଆସନ ରହିଥିବା ବେଳେ ମ୍ୟାଜିକ୍ ନମ୍ବର ଥିଲା ୪୧।  

କଥିତ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ବହୁମତ ପରୀକ୍ଷଣରେ ଭାଗ ନେଇଥିଲେ। ସେ ଆସ୍ଥାଭୋଟ ଉପରେ ହୋଇଥିବା ଚର୍ଚ୍ଚାରେ ମଧ୍ୟ   ଅଂଶ ଗ୍ରଣ କରିଥିଲେ। ଏହି ସମୟରେ ସେ ବିଜେପି ଉପରେ ଜୋରଦାର ବର୍ଷିଥିଲେ। ଝାଡଖଣ୍ଡ ବିଧାନସଭାରେ ଜେଏମ୍‌ଏମ୍-କଂଗ୍ରେସ-ଆରଜେଡି ମେଣ୍ଟର ୪୭ ବିଧାୟକ ଅଛନ୍ତି ଓ ଏହାକୁ ସିପିଆଇଏମ୍‌ଏଲ(ଏଲ)ର  ଜଣେ ବିଧାୟକଙ୍କୁ ମଧ୍ୟ ବାହାରୁ ସମର୍ଥନ ମିଳୁଛି। ସେଭଳି ବିଜେପି ପାଖରେ ୨୬ ବିଧାୟକ ଅଛନ୍ତି। ଏଜେଏସୟୁର ତିନି ଓ ଏନସିପିର ଜଣେ ବିଧାୟକ ରହିଛନ୍ତି।

ଉଲ୍ଳେକନୀୟ ଯେ, ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ବାରା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗତ ସପ୍ତାହ ଗିରଫ ହେବାପରେ ଜେଏମ୍‌ଏମ୍‌ ଦଳ ନେତା ଚମ୍ପାଇ ସୋରେନ୍ ୨ ଫେବୃଆରୀରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପିଏମ୍‌ଏଲଏ ସମ୍ପର୍କିତ ମାମଲାର ଶୁଣାଣି ଏକ ସ୍ବତନ୍ତ୍ର କୋର୍ଟ ହେମନ୍ତ ସୋରେନ୍‌ଙ୍କୁ ଆସ୍ଥା ଭୋଟ ପକ୍ରିୟାରେ ଭାଗ ନେବାକୁ ଅନୁମତି ଦେଇଥିଲେ। କୋର୍ଟ ୨ ଫେବୃଆରୀରେ ହେମନ୍ତଙ୍କୁ ୫ ଦିନିଆ ଇଡି କଷ୍ଟଡିକୁ ପଠାଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.